ETV Bharat / city

ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ସମେତ ଆର୍ଥିକ ସହାୟତା - sebayat will get pradhanmantri abash

ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇବ ପୁରୀ ପ୍ରଶାସନ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ସମେତ 2ଟି ଫେଜରେ 5ହଜାର ଟଙ୍କା ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ...

ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ସମେତ ଆର୍ଥିକ ସହାୟତା

author img

By

Published : Jul 12, 2020, 10:08 AM IST

ପୁରୀ: ମହାପ୍ରଭୁଙ୍କ ସେବାରେ ନିୟୋଜିତ ଗରିବ ସେବାୟତଙ୍କୁ ମିଳିବ ଘର । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ । ଏହି ବାବଦ ଜମି ପୁରୀ ପ୍ରଶାସନ ପକ୍ଷରୁ ଯୋଗାଇଦେବ । ଏଥିପାଇଁ ସେବାୟତଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା ଉପରେ ଏକ ଘରୋଇ ଅନୁଷ୍ଠାନ ସର୍ଭେ କରି ଆବାସ ପ୍ରଦାନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି।

ସେବାୟତଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ସମେତ ଆର୍ଥିକ ସହାୟତା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଭଳି ଘର ମିଳି ପାରିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରିବ । ମହାମାରୀ କୋରୋନା ଯୋଗୁଁ ସେବାୟତଙ୍କୁ ଆର୍ଥିକ ସହାୟତା ଭାବେ ୨ଟି ଫେଜରେ ୫ ହଜାର ଲେଖାଏଁ ମିଳିବ। ଜୁଲାଇରେ ତୃତୀୟ ଓ ଅଗଷ୍ଟରେ ଚତୁର୍ଥ କିସ୍ତିର ଟଙ୍କା ମିଳିବ। ପୂର୍ବରୁ ଦୁଇଟି କିସ୍ତି ଅର୍ଥ ମିଳିଛି। ସେବାୟତଙ୍କ ଆର୍ଥିକ ସ୍ଥିତି ଉପରେ ହେବାକୁ ସର୍ଭେର ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନ ପଖରେ ରହିବ। ଫଳରେ ସେବାୟତଙ୍କ ଉନ୍ନତି ପାଇଁ ଅଗାମୀ ଦିନରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେଇ ପରିବ। ଶ୍ରୀମନ୍ଦିର ପରିଚାଳନା କମିଟିର କିଛି ବରିଷ୍ଠ ସଦସ୍ୟଙ୍କ ସହ ବୈଠକ ପରେ ମୁଖ୍ୟ ପ୍ରଶାସକ କ୍ରିଷନ ଏହା କୁମାର କହିଛନ୍ତି ।

ସେହିପରି ରତ୍ନ ସିଂହାସନରୁ ପଥର ଗାଏବ ଘଟଣାକୁ ନେଇ ASI ଏ ସମ୍ପର୍କିତ କିଛି ଫଟୋଗ୍ରାଫ‌ ପ୍ରଦାନ କରିଛି । ପୂରା ରିପୋର୍ଟ ମିଳିବା ପରେ ଅନୁଧ୍ୟାନ କରାଯିବ।ଏଥିରେ ତ୍ରୁଟି ଥିଲେ ଦୋଷୀ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ । ଏ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଗର୍ଭ ଗୃହର ସମସ୍ତ ପଥରର ଡକ୍ୟୁମେଣ୍ଟସନ ହୋଇ ଫଟୋଗ୍ରାଫ ରଖାଯିବ। ଫଳରେ ଆଗାମୀ ଦିନରେ ଅଭିଯୋଗ ଆସିଲେ ଉକ୍ତ ଫଟୋ ଦେଖି କାର୍ଯ୍ୟନୁଷ୍ଠାନ ନେଇ ହେବ। ସେପଟେ ଗର୍ଭଗୃହରେ ପଥର ଖସିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.