ETV Bharat / city

ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ ଯାଏଁ ଚୂଡାନ୍ତ ହେଲା ନୀତି ନିର୍ଘଣ୍ଟ

author img

By

Published : Jun 20, 2021, 5:08 PM IST

Updated : Jun 20, 2021, 7:04 PM IST

ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନବଦିନାତ୍ମକ ରଥଯାତ୍ରାର ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବା ନେଇ ନୀତି ନିର୍ଘଣ୍ଟ ହେଲା ଚୂଡାନ୍ତ । ପୂର୍ବ ନିର୍ଦ୍ଧାରିତ ସମୟ ଆଧାରରେ ଶେଷ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି । ଅଧିକ ପଢନ୍ତୁ...

ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ ଯାଏ ଚୂଡାନ୍ତ ହେଲା ନୀତି ନିର୍ଘଣ୍ଟ

ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାରୁ ନବଦିନାତ୍ମକ ରଥଯାତ୍ରାର ସମସ୍ତ ପ୍ରକ୍ରିୟା ଶେଷ ହେବା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଛତିସା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି । ସ୍ନାନଯାତ୍ରା ଠାରୁ ବିଶ୍ବ ପ୍ରସିଦ୍ଧ ନବଦିନାତ୍ମକ ଘୋଷଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୂଚାରୁ ରୁପେ ସମାପ୍ତ କରିବା ପାଇଁ ପୂର୍ବନିର୍ଦ୍ଧାରିତ ସମୟ ନିର୍ଘଣ୍ଟ କରାଯାଇଛି ।

ସୂଚନା ଅନୁଯାୟୀ 24 ତାରିଖରେ ସ୍ନାନଯାତ୍ରା ଦିନ ରାତି 1 ଟାରେ ମଙ୍ଗଳାର୍ପଣ , ରାତି 1 ଟାରୁ ଭୋର 4 ଟା ମଧ୍ୟରେ ପହଣ୍ଡି ଆରମ୍ଭ ହେବ, ସକାଳ 7.30 ରୁ 9.30 ମଧ୍ୟରେ ଜଳ ଲାଗି ହେବ । 10.30 ରେ ଛେରା ପହଁରା , 11ଟା ରୁ 12ଟା ମଧ୍ୟରେ ହାତୀବେଶ , ସଂନ୍ଧ୍ୟା 5 ଟାରୁ 8 ଟା ଭିତରେ ଶ୍ରୀଜୀଉଙ୍କ ବାହୁଡା ପହଣ୍ଡି ଅନୁଷ୍ଠିତ ହେବାର ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ।

ନିଳାଦ୍ରୀ ବିଜେର ନୀତି ନିର୍ଘଣ୍ଟ
ନିଳାଦ୍ରୀ ବିଜେର ନୀତି ନିର୍ଘଣ୍ଟ

ସେହିପରି ରଥଯାତ୍ରା ଦିନ ସକାଳ 8ଟାରେ ରଥ ପ୍ରତିଷ୍ଠା, 8ଟା 30ରେ ପହଣ୍ଡି ଆରମ୍ଭ, ଛେରା ପହଁରା ନୀତି ଦିନ 2ଟାରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦିନ 3 ଟାରେ ରଥ ଟଣା ଆରମ୍ଭ ହେବ । ସେହିପରି ବାହୁଡା ଯାତ୍ରା ଦିନ ଦିନ 12 ଟାରୁ 2ଟା 30 ମଧ୍ୟରେ ପହଣ୍ଡି, 4ଟାରେ ରଥ ଟଣା ଆରମ୍ଭ ହେବ । ସେହିପରି ସୁନାବେଶ ଦିନ 4 ଟାରୁ 5 ଟା 30 ମଧ୍ୟରେ ସୁନା ବେଶ ଆରମ୍ଭ, ରାତି 11 ଟାରୁ 12 ଟା ମଧ୍ୟରେ ବେଶ ଲାଗି ହେବ ନୀତି ଆରମ୍ଭ ହେବ ।

ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ ଯାଏଁ ଚୂଡାନ୍ତ ହେଲା ନୀତି ନିର୍ଘଣ୍ଟ
ସ୍ନାନଯାତ୍ରାରୁ ନିଳାଦ୍ରୀ ବିଜେ ଯାଏଁ ଚୂଡାନ୍ତ ହେଲା ନୀତି ନିର୍ଘଣ୍ଟ
ଶ୍ରୀ ଗୁଣ୍ଡିଚା ଯାତ୍ରାର କାର୍ଯ୍ୟସୂଚୀ
ଶ୍ରୀ ଗୁଣ୍ଡିଚା ଯାତ୍ରାର କାର୍ଯ୍ୟସୂଚୀ
ଅଧର ନୀତିର ନୀତି ନିର୍ଘଣ୍ଟ
ଅଧର ନୀତିର ନୀତି ନିର୍ଘଣ୍ଟ

ସେହିପରି ନୀଳାଦ୍ରି ବିଜେ ଦିନ ଅପରାହ୍ନ 4 ଟାରେ ଶ୍ରୀ ଜୀଉଙ୍କ ପହଣ୍ଡି ଆରମ୍ଭ ହେବାର ସମୟ ନିର୍ଘଣ୍ଟ କରାଯାଇଛି । ଚଳିତ ବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସଂଖ୍ୟକ ସେବକ ଏବଂ କେବଳ ନୀତି ସହିତ ସମ୍ପୃକ୍ତ ସେବକଙ୍କ RTPCR ଟେଷ୍ଟ ପରେ ସେବକମାନେ ନୀତିରେ ଯୋଗ ଦେବାନେଇ ନିଷ୍ପତ୍ତି ହୋଇଛି ।

ନବ ଯୌବନ ନୀତିର  କାର୍ଯ୍ୟସୂଚୀ
ନବ ଯୌବନ ନୀତିର କାର୍ଯ୍ୟସୂଚୀ
ସୁନାବେଶ ଓ ଗରୁଡ ଶୟନ ନୀତିର ନୀତି ନିର୍ଘଣ୍ଟ
ସୁନାବେଶ ଓ ଗରୁଡ ଶୟନ ନୀତିର ନୀତି ନିର୍ଘଣ୍ଟ
ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ
ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 20, 2021, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.