ETV Bharat / city

Homage To Shinzo Abe: ବାଲୁକାକଳାରେ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Jul 8, 2022, 8:25 PM IST

ଜାପାନ ପୂର୍ବତନ ପ୍ରଧନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ବାଲୁକା ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ

ବାଲୁକା ଚିତ୍ରକଳାରେ ସିଞ୍ଜୋ ଆବେଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ଜାପାନ ପୂର୍ବତନ ପ୍ରଧନମନ୍ତ୍ରୀ ସିଞ୍ଜୋ ଆବେଙ୍କ ବିୟୋଗରେ ମର୍ମାହତ ବିଶ୍ବ । ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତ ପାଇଁ ଏକ ଦୁଃଖଦ ଖବର । କାରଣ ସିଞ୍ଜୋ ଭାରତର ଏକ ଭଲ ବନ୍ଧୁ ଥିଲେ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହିକ୍ରମରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ପୁରୀ ବେଳାଭୂମିରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶ୍ରଦ୍ଧାଞ୍ଚଳି ଜଣାଇଛନ୍ତି ସୁଦର୍ଶନ । ସୂଚନା ଅନୁଯାୟୀ, ଆଜି(ଶୁକ୍ରବାର) ଜାପାନର ପୂର୍ବତନ ପ୍ରଧନମନ୍ତ୍ରୀ ସିଞ୍ଜୋ ଆବେ ପ୍ରଚାର କରୁ ଥିବାବେଳେ ଆତତାୟୀ ଗୁଳିମାଡ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ଅନୁଯାୟୀ ଗୁଳିମାଡ କରିଥିବା ଜଣେ ପୂର୍ବ ସେନା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ ।

ତେବେ ସିଞ୍ଜୋ ଆବେ ଜାପାନ ପ୍ରଧାନମନ୍ତ୍ରୀ ଥିବାବେଳେ ଭାରତ ଓ ଜାପାନ ମଧ୍ୟରେ ବନ୍ଧୁତା ଶିଖର ଛୁଇଁଥିଲା । ତାଙ୍କର ହଠାତ୍ ଅକାଳ ବିୟୋଗ ପ୍ରତ୍ୟେକ ଭାରତୀୟଙ୍କୁ ସ୍ତବ୍ଧ କରିଛି । ସିଞ୍ଜୋ ଆବେଙ୍କ ଆତ୍ମାର ସଦଗତି କାମନା କରି ଆସନ୍ତାକାଲି ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.