ETV Bharat / city

ଐତିହ୍ୟ ପୀଠ ବିକାଶ ଯୋଜନାରେ ସାମିଲ ହେବ ସାକ୍ଷୀଗୋପାଳ ମନ୍ଦିର ଓ ବକୁଳବନ

author img

By

Published : Jul 29, 2021, 1:51 PM IST

ଐତିହ୍ୟ ପୀଠ ବିକାଶ ଯୋଜନାରେ ସାମିଲ କରାଯିବ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନ। ଅଧିକ ପଢନ୍ତୁ...

ଐତିହ୍ୟ ପୀଠ ବିକାଶ ଯୋଜନାରେ ସାମିଲ ହେବ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନ

ପୁରୀ: ଐତିହ୍ୟ ପୀଠ ବିକାଶ ଯୋଜନାରେ ସାମିଲ କରାଯିବ ପୁରାଣ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳବନ। ମନ୍ଦିର ଓ ବକୁଳବନ ପରିଦର୍ଶନ କରି ଏହା କହିଛନ୍ତି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିବା ସହ ସେମାନଙ୍କୁ ଅତ୍ୟାବଶ୍ୟକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସାକ୍ଷୀଗୋପାଳ ମନ୍ଦିର ସଂଲଗ୍ନ ଅଞ୍ଚଳ ରାଧିକୁଣ୍ଡ, ଶ୍ୟାମକୁଣ୍ଡ ଓ ଚନ୍ଦନ ପୋଖରୀର ଉନ୍ନୟନ କାମ କରିଯିବ ।

ସେହିପରି ପୂର୍ବରୁ ଗ୍ରାମୀଣ ପର୍ଯ୍ୟଟନରେ ସାମିଲ ହୋଇ ଅତ୍ୟନ୍ତ ଦୟନୀୟ ଅଵସ୍ଥାରେ ରହିଥିବା ଗୁପ୍ତ ବୃନ୍ଦାବନ ତଥା ବକୁଳବନ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ, ପଣ୍ଡିତ ଗୋଦାବରୀଶ, ଐତିହାସିକ କୃପାସିନ୍ଧୁ ଓ ଆଚାର୍ଯ୍ୟ ହରିହରଙ୍କ ହାତଗଢା ମଣିଷ ତିଆରି କାରଖାନା ବନବିଦ୍ୟାଳୟର ବିଲୁପ୍ତ ସ୍ମୃତିକୁ ପୁନଃରୁଦ୍ଧାର ସହ ସ୍ମୃତିକୁ ସଜାଡି ପ୍ରଦର୍ଶନ କରାଯିବ ।

୧୯ ଏକର ବିଶିଷ୍ଟ ସଂଗଠିତ ଜଙ୍ଗଲ ମଧ୍ୟରେ ରହିଥିବା ପାଦଚଲା ରାସ୍ତା, ବିଶ୍ରାମ ପୀଣ୍ଡି, ମୁକ୍ତ ପ୍ରେକ୍ଷାଳୟ, ଗ୍ୟାଲେରୀ, ଦୋକାନ ଗୃହର ମରାମତି କରିବା ସହ ପୋଖରୀ ଖନନ, ପ୍ରାକୃତିକ ନାଳର ଉନ୍ନୟନ କରାଯିବ । ଏଥି ସହ ସେଠାରେ ନୌକାବିହାର, ଆଲୋକ କରଣ, ଚିଲଡ୍ରେନ୍ସ ପାର୍କ, ବଣଭୋଜି ସୁବିଧା, ଓପନଜିମ, କିମ୍ବଦନ୍ତୀକୁ ନେଇ ଅଡିଓ ଭିଜୁଆଲ ଇଣ୍ଟରପ୍ରିଟେସନ ସେଣ୍ଟର ସୁବିଧା କରାଯିଵ । ବକୁଳବନ ସାକ୍ଷୀଗୋପାଳ ମନ୍ଦିର ମାଲିକାନାରେ ରହିଥିବାରୁ ଏହାର ବିକାଶ କାର୍ଯ୍ୟ ପରେ ଏହାର ସୁରକ୍ଷା ଓ ସୁପରିଚାଳନା ନିମନ୍ତେ ଏକ କମିଟି ସ୍ଥାନୀୟ ଅଧିକାରୀ ଓ ଲୋକପ୍ରତିନିଧି ମାନଙ୍କୁ ନେଇ ଗଠନ କରାଯିବ। ପିପିପି ମୋଡରେ ରକ୍ଷଣାବେକ୍ଷଣ ନିମନ୍ତେ ସ୍ବତନ୍ତ୍ର ବିଧି ବ୍ୟବସ୍ଥା ଜରିଆରେ ସୁନିଶ୍ଚିତ ସୁରକ୍ଷା ଦିଗରେ ପ୍ରାଥମିକତା ରହିବ ଵୋଲି ଜିଲ୍ଲାପାଳ କହିଥିଲେ।

ଏହି ଐତିହ୍ୟ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୭କୋଟି ଟଙ୍କା ଅନୁଦାନ ପ୍ରଥମ ପର୍ଯ୍ୟାୟରେ ମଞ୍ଜୁର କରାଯାଇଛି । । ଏହା ପୂର୍ଣ୍ଣାଙ୍ଗ ହେଲେ ସତ୍ୟବାଦୀ ହଜିଲା ସ୍ମୃତି ଫେରିପାଇବା ସହିତ ସାକ୍ଷୀଗୋପାଳକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଵେ। ଫଳରେ ମନ୍ଦିର ସେଵାୟତ, ସ୍ଥାନୀୟ ବ୍ୟଵସାୟୀ ଓ ଯୁଵପୀଢି ଉପକୃତ ହୋଇପାରିଵେ। ଏହି ଗସ୍ତରେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ବ୍ଲକ ଚେୟାରମ୍ୟାନ ସସ୍ମିତା ପ୍ରଧାନ, ଉପାଧକ୍ଷ ବିକ୍ରମ ଯେନା, ରାଜ୍ୟ ପର୍ଯ୍ୟଟନ ବିଭାଗ ଅଧିକାରୀ ଲକ୍ଷ୍ମୀ ନାରାୟଣ ସିଂହ, ସ୍ଥପତି ସ୍ବାଗତ ଯେନା ଓ ପୁରୀ ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.