ETV Bharat / city

ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ ନିର୍ଦ୍ଧାରିତ

author img

By

Published : Jul 19, 2021, 9:23 PM IST

ଶ୍ରୀଗୁଣ୍ଡିଚା ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାପ୍ରଭୁ । ବାହୁଡ଼ା ଯାତ୍ରା ପାଇଁ ନିର୍ଦ୍ଧାରିତ ହୋଇଛି ସମସ୍ତ ନୀତି ନିର୍ଘଣ୍ଟ । ଅଧିକ ପଢ଼ନ୍ତୁ...

rituals schedule for the Bahuda yatra, Bahuda yatra, ବାହୁଡ଼ା ଯାତ୍ରା, ବାହୁଡ଼ା ଯାତ୍ରା ନୀତି ନିର୍ଘଣ୍ଟ, ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ରଥଯାତ୍ରା
ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ନିର୍ଦ୍ଧାରିତ

ପୁରୀ: ମଙ୍ଗଳବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଉତ୍ସବ । ଶ୍ରୀଗୁଣ୍ଡିଚା ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ବାହାରିବେ ମହାପ୍ରଭୁ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ । ତେବେ ଏନେଇ ନିର୍ଦ୍ଧାରିତ ହୋଇଛି ସମସ୍ତ ନୀତି ନିର୍ଘଣ୍ଟ ।

ମଙ୍ଗଳବାର ଆଷାଢ଼ ଶୁକ୍ଳ ଦଶମୀ ତିଥିର ଭୋର ୪ଟାରେ ଶ୍ରୀ ଗୁଣ୍ଡିଚାରେ ହେବ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ । ଏହାପରେ ୪.୧୫ ଘଟିକାରେ ହେବ ମଇଲମ । ୪.୩୦ରେ ତଡ଼ପ ଲାଗି ଓ ରୋଷ ହୋମ, ୫ଟାରେ ଅବକାଶ ନୀତି ଅନୁଷ୍ଠିତ ହେବ । ଏହାପରେ ୫.୧୫ରେ ସୂର୍ଯ୍ୟ ପୂଜା, ୫.୩୦ରେ ଦ୍ବାରପାଳ ସହ ବେଶ ଶେଷ ହେବାର ନିର୍ଦ୍ଧାରିତ ହୋଇଛି । ପରେ ସକାଳ ୫.୪୫ ରୁ ୬.୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ଅନୁଷ୍ଠିତ ହେବ ।

ଏହାପରେ ସକାଳ ୭ଟାରୁ ୧୧.୩୦ ମଧ୍ୟରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି, ୧୧.୪୫ରେ ମଙ୍ଗଳାର୍ପଣ ନୀତି ହେବ । ମଧ୍ୟାହ୍ନ ୧୨ଟାରୁ ୨.୩୦ ମଧ୍ୟରେ ମହାପ୍ରଭୁଙ୍କର ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ । ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥ ଉପରକୁ ବିଜେ କରିବେ ।

ଦିନ ୧ଟା ରୁ ୨.୩୦ ମଧ୍ୟରେ ବେଶ ଶେଷ, ୨.୩୦ରୁ ୩.୩୦ ହେବ ଛେରାପହଁରା । ୩.୦୦ରୁ ଅପରାହ୍ଣ ୪.୦୦ ମଧୟରେ ଅନୁଷ୍ଠିତ ହେବ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ନୀତି । ୪ଟାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ରଥଟଣା । ରଥଟଣା ଶେଷ ହେବାପରେ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.