ପୁରୀ: ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ପାଇଁ ଭକ୍ତ ଦାନ ଦେଲେ ୨୦ଲକ୍ଷ ଟଙ୍କା । ବାଲେଶ୍ବର ଖଇରା ଅଞ୍ଚଳର ଜଣେ ଅବସରପ୍ରାପ୍ତ ଶିକ୍ଷକ ଏହି ଅର୍ଥ ଦାନ କରିଥିବା ଜଣାପଡ଼ିଛି । ଏହି ଅର୍ଥକୁ ସ୍ଥାୟୀ ଜମା ଭାବେ ରଖାଯାଇ ସୁଧ ଅର୍ଥରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି ।
ଖଇରା ଅଞ୍ଚଳରେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର ଦାସ ୧୦ଲକ୍ଷ ଲେଖାଏଁ ଦୁଇଟି ଚେକ୍ ପ୍ରଦାନ କରିଛନ୍ତି । ସେ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଯାଇ ଉନ୍ନୟନ ପ୍ରଶାସକଙ୍କୁ ପ୍ରଦାନ କରିଛନ୍ତି । ଏହି ଅର୍ଥକୁ ସ୍ଥାୟୀ ଜମା ଭାବେ ରଖାଯାଇ ସୁଧ ଅର୍ଥରେ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ।
ସେହିଭଳି ପୁରୀ ଗଜପତି ନଗରର ଅନ୍ୟ ଜଣେ ଭକ୍ତ ଶିବରାମ ପାଢୀ ଶ୍ରୀଜୀଉଙ୍କ ବ୍ୟବହାର ଉଦ୍ଦେଶ୍ୟରେ ୩ଟି ରୂପା ଥାଳି ଦାନ କରିଛନ୍ତି । ଏହାର ଓଜନ ୪ କିଲୋ ୬୬୫ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ