ପୁରୀ: ଧାଡି ପହଣ୍ଡି କରି ରଥାରୂଢ ତିନି ଠାକୁର । ୩ ଘଣ୍ଟା ପୂର୍ବରୁ ଚାଲିଛି ନୀତିକାନ୍ତି । ଛେରା ପହଁରା ପାଇଁ ବଡଦାଣ୍ଡରେ ଗଜପତି ମହାରାଜା । ଜଗତଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀନଅରରୁ ରଥ ନିକଟରେ ପହଞ୍ଚିଥିଲେ ଗଜପତି । ତାମଯାନରେ ବସି ତନି ରଥରେ ପହଞ୍ଚିବା ପରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ ।
ପୂର୍ବାହ୍ନ ୧୧ ଘଟିକା ୩୦ ମିନିଟରେ ସୁବର୍ଣ୍ଣଚାମର ଧରି ଛେରାପହଁରା କରିଥିଲେ ଗଜପତି । ପ୍ରଥମେ ତାଳଧ୍ବଜ ରଥରେ ଛେରାପହଁରା କରିବା ପରେ ନନ୍ଦିଘୋଷ ଓ ଦବଦଳନ ରଥରେ ଛରାପହଁରା କରିଛନ୍ତି ।