ETV Bharat / city

ପୁରୀରେ ପହଞ୍ଚିଲା ରଥ କାଠ - Ratha katha

ଚଳିତ ବର୍ଷ ରଥଯାତ୍ରା ପାଇଁ ପୁରୀରେ ଆସି ପହଞ୍ଚିଲା ରଥ କାଠ । ନୟାଗଡ ବନଖଣ୍ଡ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟରେ କାଠ ଆସି ପହଞ୍ଚିଛି ।

ପୁରୀରେ ପହଞ୍ଚିଲା ରଥ କାଠ
ପୁରୀରେ ପହଞ୍ଚିଲା ରଥ କାଠ
author img

By

Published : Jan 25, 2020, 12:27 PM IST

ପୁରୀ: ରଥ ନିର୍ମାଣ ପାଇଁ ପହଞ୍ଚିଲା ରଥ କାଠ । ପ୍ରଥମ ପର୍ଯ୍ୟାୟରେ 53ଖଣ୍ଡ କାଠ ଆସି ପହଞ୍ଚିଛି । ନୟାଗଡ ବନଖଣ୍ଡ ଅଞ୍ଚଳରୁ 35ଟି ଧଉରା ଓ 21ଟି ଅସନ କାଠ ଆସିଛି । ଏହି ରଥ କାଠକୁ ସରସ୍ବତୀ ପୂଜା ଦିନ ପୂଜା କରାଯିବାର ବିଧି ରହିଛି । ତେବେ 2020 ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପୁରୀରେ ପହଞ୍ଚିଲା ରଥ କାଠ

ଚଳିତ ମାସ 6 ତାରିଖରେ ରଥ କାଠ ଚିହ୍ନଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ 4 ଜଣିଆ ପ୍ରତିନିଧି ମଣ୍ଡଳ ନୟାଗଡ ଯାଇଥିଲେ । ଆଜି ରଥ କାଠ ଆସିବା ପୂର୍ବରୁ ନୟାଗଡର ମା' ବଡ ରାଉଳ ଠାକୁରାଣୀଙ୍କ ନିକଟରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପରେ ତିନି ରଥର କାଠ ଚିହ୍ନଟ ସହ ଗଛ କଟା ହେବା ପରେ ଆଜି ପୁରୀରେ ଆସି ପହଞ୍ଚିଛି । ତେବେ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ରଥ ପାଇଁ 8ଶହ 65ଟି କାଠ ଆବଶ୍ୟକ ରହିଥିବାବେଳେ, ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବ ବର୍ଷ 193ଟି କାଠ ଗଚ୍ଛିତ ରହିଛି । ତେଣୁ ଏ ବର୍ଷ ମାତ୍ର 672 ଖଣ୍ଡ ଆବଶ୍ୟକ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ରଥ କାଠ ପୁରୀ ରେ ପହଁଚିଲାBody:ପୁରୀ ରେ ଆସି ପହଂଚିଛି ରଥ ନିର୍ମାଣ ପାଇଁ କାଠ। ଏହା ପ୍ରଥମ ପର୍ଯ୍ୟୟ ରହିଛି। ପରେ ପର୍ଯ୍ୟୟ କ୍ରମେ ନୟାଗଡ଼ ବନ ଖଣ୍ଡରୁ ରଥ କାଠ ଆସି ରଥ ଖଳା ରେ ପହଂଚିବ। ତେବେ ପ୍ରଥମ ପର୍ଯ୍ୟାୟରେ 53 ଟି କାଠ ଆସିଛି। 35 ଟି ଧଉରା ଓ 21 ଟି ଅସନ କାଠ ଆସିଛି। ଏହାକୁ ସ୍ୱରସ୍ବତୀ ପୂଜା ଦିନ ପୂଜା ହେବାର ବିଧି ରହିଛି। 2020 ରଥଯାତ୍ରା ନେଇ ପ୍ରକ୍ରିୟା ଠାରୁ ଆରଂଭ ହୋଇ ସାରିଛି।। ଚଳିତ ମାସ 6 ତାରିଖରେ ରଥ କାଠ ଚିନ୍ହଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ 4 ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ନୟାଗଡ଼ ଗସ୍ତ କରି ଥିଲେ। ନୟାଗଡ଼ର ମା ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇ ଥିଲା। ପରେ ତିନି ରଥ ର କାଠ ଚିନ୍ହଟ ସହ ଗଛ କଟା ଆରମ୍ଭ ହୋଇଥିଲା।ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ତିନି ରଥ ପାଇଁ 8 ଶହ 65 ଟି କାଠ ଆବଶ୍ୟକ ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବ ବର୍ଷ 193 ଟି କାଠ ଗଛିତ ଥିବା ବେଳେ ଚଳିତ ବର୍ଷ 672 ଖଣ୍ଡ କାଠ ଆସିବ।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.