ETV Bharat / city

ରଥଯାତ୍ରା ପ୍ରସ୍ତୁତି: ଆଜିଠୁ ସେବାୟତଙ୍କ କୋରୋନା ଟେଷ୍ଟ - ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେରେ ବସିଥିଲା ବୈଠକ । ଅଧିକ ପଢନ୍ତୁ....

rath yatra Preparation meeting held in puri
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
author img

By

Published : Jul 8, 2021, 7:57 AM IST

ପୁରୀ: ଚଳିତ ବର୍ଷ ଶୃଙ୍ଖଳିତ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆରଡିସି , ଆଇନ ବିଭାଗର ଅତିରିକ୍ତ ସଚିବ ,ଦେବୋତ୍ତର କମିଶନର , ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । କଟକଣାରେ କିଭଳି ଶୃଙ୍ଖଳାରେ ରଥଯାତ୍ରା ଅୟୋଜନ ହୋଇ ପାରିବ ସେନେଇ ଆଲୋଚନା କରାଯାଇଥିଲା ।

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସେପଟେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ବ ଦିଆଯାଇଛି । ରଥଯାତ୍ରା ସହ ସଂପୃକ୍ତ ସମସ୍ତଙ୍କ କୋରୋନା ପରୀକ୍ଷା ଗୁରୁବାର ଠାରୁ ଆରମ୍ଭ ହେବ । ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସିଡିଏମଓଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ ସିଂହଦ୍ବାର ଓ ଗୁଣ୍ଡିଚା ମନ୍ଦିର ନିକଟ ବ୍ୟତୀତ ବଡଦାଣ୍ଡର ୫ଟି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ଓ ଆବଶ୍ୟକୀୟ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି ।

ଜଳ ଯୋଗାଣ ନିମନ୍ତେ ବଡଦାଣ୍ତ ଉଭୟ ପାର୍ଶ୍ବରେ ୧୨୦ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ କାର୍ଯ୍ୟକ୍ଷମ କରାଯାଇଛି । ସେହିଭଳି ରଥ ଟାଣିବା ବେଳେ ବଡଦାଣ୍ତରେ ଖରା ପ୍ରକୋପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ଛିଞ୍ଚନ, ସେବାୟତ ଏବଂ କର୍ମଚାରୀମାନଙ୍କ ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବଡଦାଣ୍ତର ୧୦ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ପ୍ରତିଷ୍ଠା କରାଯିବ ।

ଏଥିସହ ବଡଦାଣ୍ଡକୁ ସଂଲଗ୍ନ କରୁଥିବା ୭୨ ଟି ଗଳିରେ ସଫେଇ କାର୍ଯ୍ୟ ପ୍ରତି ନଜର ରଖିବାକୁ ପୌରସଂସ୍ଥା ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି । ଗୁଣ୍ତିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ରଥ ନିକଟରେ ସ୍ବତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ପୌରସଂସ୍ଥା ନିର୍ବାହୀ ଅଧିକାରୀ,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ,ଜନସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.