ETV Bharat / city

ଦିଆସିଲି ଓ ଆଇସକ୍ରିମ କାଠି ରାକ୍ଷୀରେ ଝଲସୁଛନ୍ତି 2 ମହାପ୍ରଭୁ

author img

By

Published : Aug 21, 2021, 1:31 PM IST

ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଆଇସକ୍ରିମ ଓ ଦିଆସିଲି କାଠିରେ ନିଆରା ରାକ୍ଷୀ ତିଆରି କଲେ ପୁରୀର ଦୁଇ ଚିତ୍ରଶିଳ୍ପୀ । ଅଧିକ ପଢନ୍ତୁ...

ଦିଆସିଲି ଓ ଆଇସ୍କିମ କାଠିରେ ନିଆରା ରାକ୍ଷୀ, ଝଲସୁଛନ୍ତି 2 ମହାପ୍ରଭୁ

ପୁରୀ: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଏହି ଦିନକୁ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ଉତ୍ସବ ଭାବେ ମଧ୍ୟ ପାଳନ କରାଯାଏ । ସେହିପରି ଏହି ଦିନ ପ୍ରତ୍ୟେକ ଭଉଣୀ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଉଜ୍ବଳ ଭବିଷ୍ୟତ କାମନା କରିବା ସାଙ୍ଗକୁ ନିଜର ସୁରକ୍ଷା ଭିକ୍ଷା ମଧ୍ୟ କରିଥାଏ ।

ଏହି ଅବସରରେ ପୁରୀ ଯୁବ କଳାକାର ଶ୍ୱାସତ ରଞ୍ଜନ ସାହୁ ଏକ ନିଆରା କଳାକୃତି କରିଛନ୍ତି । 1550 ଟି ଦିଆସିଲି କାଠିରେ ରାକ୍ଷୀର ଏକ ନୂଆ ମଡେଲ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ କି ପ୍ରଭୁ ବଳଭଦ୍ରଙ୍କ ମୁଖ ମଣ୍ଡଳ ରହିଛି । ଦୀର୍ଘ 10 ଘଣ୍ଟା ଧରି ଶ୍ୱାସତ ଏହି କଳାକୃତିଟି ସମ୍ପୂର୍ଣ୍ଣ କରିଛନ୍ତି ।

ସେହିପରି ଆଇସକ୍ରିମ କାଠିରେ ପ୍ରଭୁ ଜଗନ୍ନାଥଙ୍କ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଜଣେ ଶିଳ୍ପୀ । ରକ୍ଷା ବନ୍ଧନ ଉତ୍ସବ ଅବସରରେ ଆଇସକ୍ରିମ କାଠିରେ ରାକ୍ଷୀ ତିଆରି କରିଛନ୍ତି ପୁରୀର ଯୁବ ଚିତ୍ରଶିଳ୍ପୀ ବିଶ୍ୱଜିତ ନାୟକ । ଏହି ରାକ୍ଷୀରେ ମହାପ୍ରଭୁଙ୍କ ମୁଖମଣ୍ଡଳକୁ ସେ ସ୍ଥାନ ଦେଇଛନ୍ତି ବିଶ୍ବଜିତ । 75 ଟି ଆଇସକ୍ରିମ କାଠିରେ ତିଆରି କରିଛନ୍ତି ରାକ୍ଷୀ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.