ETV Bharat / city

ଖାଦ୍ୟ ବଞ୍ଚାଅ ଅଭିଯାନ, ଭୋକିଲା ମୁହଁରେ ଆହାର ଦେଉଛି ସ୍ବେଚ୍ଛାସେବୀ ସଂଗଠନ - ଜନ ଜାଗରଣ ମଞ୍ଚ

ସମାଜସେବୀଙ୍କ ନିଆରା ଖାଦ୍ୟ ବଞ୍ଚାଅ ଅଭିଯାନ । ଭୋଜିଭାତରୁ ବଳକା ଖାଦ୍ୟକୁ ଆଣି ରେଳଷ୍ଟେସନ, ବସ ଷ୍ଟାଣ୍ଡ ଓ ଫୁଟପାଥରେ ରହୁଥିବା ଗରୀବ ମୁହଁରେ ଆହାର ଦେଉଛି ସମାଜସେବୀଙ୍କ ସ୍ବେଚ୍ଛାସେବୀ ସଙ୍ଗଠନ । ଅଧିକ ପଢନ୍ତୁ

ଖାଦ୍ୟ ବଞ୍ଚାଅ ଅଭିଯାନ, ଭୋକିଲା ମୁହଁରେ ଆହାର ଦେଉଛି ସ୍ବେଚ୍ଛାସେବୀ ସଂଗଠନ

author img

By

Published : Apr 24, 2022, 3:39 PM IST

ପୁରୀ: ସାଧାରଣତଃ ବିଭିନ୍ନ ଭୋଜିଭାତରେ ଅନେକ ଖାଦ୍ୟ ବଳକା ରହିଯାଏ । ଏହି ଖାଦ୍ୟକୁ ଫିଙ୍ଗି ଦିଆଯାଏ ଅଥବା ପୋତି ଦିଆଯାଏ । ତେବେ ଆମ ଦେଶରେ ରାସ୍ତାକଡ଼ରେ ରହୁଥିବା ବହୁ ଗରିବ ଲୋକ ଦିନକୁ ଦୁଇ ଓଳି ଖାଦ୍ୟ ପାଇନଥାନ୍ତି । ଗରିବ ଲୋକଙ୍କୁ ପେଟ ପୁରା ଖାଦ୍ୟ ଯୋଗାଇଦେବା ପାଇଁ ପୁରୀର 'ଜନ ଜାଗରଣ ମଞ୍ଚ' ନାମକ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଚଳାଉଛି 'ଖାଦ୍ୟ ବଞ୍ଚାଅ ଅଭିଯାନ' । ଏହି ଅଭିଯାନ ମାଧ୍ୟମରେ ବିବାହ, ଶ୍ରାଦ୍ଧ ଆଜି ଭୋଜିରେ ବଳକା ରହୁଥିବା ଖାଦ୍ୟକୁ ଅଣାଯାଇ ପୁରୀ ରେଳଷ୍ଟେସନ, ବସ ଷ୍ଟାଣ୍ଡ, ବଡ଼ ଦାଣ୍ଡ, ସମୁଦ୍ରକୂଳ, ଫୁଟପାଥରେ ଥିବା ଗରିବ ଲୋକଙ୍କୁ ସଂଗଠନର କର୍ମକର୍ତ୍ତା ବଣ୍ଟନ କରୁଛନ୍ତି ।

ଖାଦ୍ୟ ବଞ୍ଚାଅ ଅଭିଯାନ, ଭୋକିଲା ମୁହଁରେ ଆହାର ଦେଉଛି ସ୍ବେଚ୍ଛାସେବୀ ସଂଗଠନ

ଭୋଜିରେ ହେଉଥିବା ଭାତ, ଡ଼ାଲି, ଖିରି, ଖଟା ଓ ତରକାରୀ ଭଳି ସୁସ୍ବାଦୁ ବ୍ୟଞ୍ଜନକୁ ବିନା ମୂଲ୍ୟରେ ଗରୀବ ଲୋକଙ୍କୁ ପରଷିଥାନ୍ତି ଜନ ଜାଗରଣ ମଞ୍ଚର କର୍ମକର୍ତ୍ତା । ଭୋଜିର ବଳକା ଖାଦ୍ୟକୁ ନଷ୍ଟ ନ କରି ଗରିବ ଓ ଭୋକିଲା ଲୋକଙ୍କୁ ବାଣ୍ଟିବା ନେଇ ସାଧାରଣରେ ସଚେତନତା ପାଇଁ ଏହି ମହତ କାର୍ଯ୍ୟ କରୁଛି ଏହି ସ୍ବେଚ୍ଛାସେବୀ ସଙ୍ଗଠନ । ଯେଉଁଠି ଭୋଜିରେ ଖାଦ୍ୟ ବଳକା ଥିବା ନେଇ ସୂଚନା ମିଳେ ଜନ ଜାଗରଣ ମଞ୍ଚର କର୍ମକର୍ତ୍ତା ଗାଡି ନେଇ ସେଠାରେ ପହଞ୍ଚି ଯାଇଥାନ୍ତି । ସେହି ଖାଦ୍ୟକୁ ଆଣି ବିଭିନ୍ନ ସ୍ଥାନରେ ଭୋକିଲା ଲୋକଙ୍କ ବାଣ୍ଟି ଦିଅନ୍ତି । ଗରିବ ଯାତ୍ରୀଙ୍କ ସମେତ ଫୁଟପାଥରେ ଥିବା ଭୋକିଲା ଲୋକ ମଧ୍ୟ ଏହି ସୁସ୍ବାଦୁ ଖାଦ୍ୟ ଖାଇ ବେଶ ଆନନ୍ଦିତ ହୁଅନ୍ତି ।

ପୁରୀ ସିଦ୍ଧମହାବୀରର ବାସିନ୍ଦା ତଥା ସମାଜସେବୀ ଜ୍ୟୋତି ରଞ୍ଜନ ନାୟକ ପ୍ରଥମେ ଏହି ଉଦ୍ୟମ ଆରମ୍ଭ କରିଥିଲେ । ଜ୍ୟୋତି ଜଣେ ଡିଜେ ବ୍ୟବସାୟୀ ହୋଇଥିବା ବେଳେ ସବୁ ଭୋଜିରେ ବଳକା ଖାଦ୍ୟକୁ ନେଇ ସେ ବେଶ ବିବ୍ରତ ହେଉଥଲେ । ଦିନେ ସେ ପୁରୀ ରେଳ ଷ୍ଟେସନରେ ଦୁଇ ଦିନ ହେଲା ଖାଇବାକୁ ପାଇନଥିବା ଜଣେ ଭୋକିଲା ଲୋକର କାନ୍ଦ ଦେଖଥିଲେ ଏବଂ ନିଷ୍ପତ୍ତି ନେଇଥିଲେ ଭୋଜିର ବଳକା ଖାଦ୍ୟ ଆଣି ଗରିବ ଲୋକଙ୍କୁ ଦେବେ । ଗତ 2018 ମସିହାରେ କିଛି ସାଙ୍ଗଙ୍କ ସହ ମିଶି ଜ୍ୟୋତି ଏହି ଖାଦ୍ୟ ବଞ୍ଚାଅ ଅଭିଯାନ ଆରମ୍ଭ କରିଥିଲେ । ଧୀରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ସହଯୋଗ ମିଳିବା ପରେ ଜନ ଜାଗରଣ ମଞ୍ଚ କରି ଏହି ଖାଦ୍ୟ ବଞ୍ଚାଅ ଅଭିଯାନକୁ ଜାରି ରଖିଛନ୍ତି ।

ବିଭିନ୍ନ ଭୋଜିଭାତରେ ଶହ ଶହ ଲୋକଙ୍କ ବଳକା ଖାଦ୍ୟ ଅନେକ ସମୟରେ ନଷ୍ଟ ହେଉଛି । କିନ୍ତୁ ପୁରୀର ଜ୍ୟୋତି ରଞ୍ଜନ ନାୟକଙ୍କ ଖାଦ୍ୟ ବଞ୍ଚାଅ ଅଭିଯାନ ସମାଜକୁ ଖାଦ୍ୟ ନଷ୍ଟ ନ କରି ଗରିବ ଓ ଭୋକିଲା ଲୋକଙ୍କୁ ବାଣ୍ଟିବା ପାଇଁ ବାର୍ତ୍ତା ଦେଉଛି । ଜନ ଜାଗରଣ ମଞ୍ଚର ଏହି ମହତ୍ ଖାଦ୍ୟ ମାନବ ସେବା ହିଁ ମାଧବ ସେବା ଉକ୍ତିକୁ ପ୍ରମାଣିତ କରୁଥିବା କହୁଛନ୍ତି ପୁରୀକୁ ଆସୁଥିବା ପର୍ଯ୍ୟଟକ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.