ETV Bharat / city

ନରେନ୍ଦ୍ର ପୁଷ୍କରିଣୀରେ ହେବ ଚନ୍ଦନ ଯାତ୍ରା, ଆସନ୍ତାକାଲି ସେବାୟତଙ୍କ ହେବ RTPCR ଟେଷ୍ଟ

author img

By

Published : May 11, 2021, 7:15 PM IST

୧୫ ତାରିଖରେ ହେବ ପବିତ୍ର ଅକ୍ଷୟ ତୃତୀୟା ଏହି ଦିନର ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗର ଭର୍ଚ୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ପାଳନ କରାଯିବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଅଧିକ ପଢନ୍ତୁ...

Puri temple meeting
ନରେନ୍ଦ୍ର ପୁଷ୍କରିଣୀରେ ହେବ ଚନ୍ଦନ ଯାତ୍ରା, କାଲି ସେବାୟତଙ୍କ ହେବ RTPCR ଟେଷ୍ଟ

ପୁରୀ: ଆସନ୍ତା ୧୫ ତାରିଖରେ ହେବ ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନରୁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଅନୁକୂଳ ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତ ହୋଇଛି । ୫୦ ରୁ ୬୫ ଜଣ ସେବାୟତଙ୍କୁ ନେଇ କୋଭିଡ କଟକଣା ଭିତରେ ହେବ ଯାତ୍ରା । ବୁଧବାର ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । କେବଳ ନେଗେଟିଭ ରିପୋର୍ଟ ଥିବା ସେବାୟତ ହିଁ ବାହାର ଚନ୍ଦନ ଯାତ୍ରାରେ ସାମିଲ ହେବେ । ୨୧ ଦିନ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି ହେବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗର ଭର୍ଚ୍ଚୁଆଲ ବୈଠକରେ ବାହାର ଚନ୍ଦନ ଯାତ୍ରା ନେଇ ମୋହର ବାଜିଛି । ବୁଧବାର ଠାରୁ ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ପାଳିଆ ସେବାୟତଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ନେଗେଟିଭ ରିପୋର୍ଟ ଥିବା ସେବାୟତ ହିଁ ଚନ୍ଦନ ଯାତ୍ରାରେ ସାମିଲ ହେବେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେମାନଙ୍କୁ ପାସ ଦିଆଯିବ ବ୍ୟବସ୍ଥା କରାଯାଇଛି ଏହା ସହ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ୧୪୪ ଧାରା ଜାରି କରାଯିବ । ବିନା ଭକ୍ତରେ ସୀମିତ ସଂଖ୍ୟକ ସେବାୟତଙ୍କୁ ନେଇ ଚଳିତବର୍ଷ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା କରାଯିବ । ଏଭଳି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଚନ୍ଦନ ଚକଡ଼ା ଆଗକୁ ଯିବାକୁ ଅନୁମତି ଦିଆଯିବ ନାହିଁ । ଯାତ୍ରାର ଲାଇଭ ଷ୍ଟ୍ରିମିଙ୍ଗ ମାଧ୍ୟମରେ ଭିଡ଼ିଓ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଥଖଳା ନିର୍ମାଣ ସରିଛି । ସେହିପରି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ସରୋବର ଯାଏଁ ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆ ନିର୍ମାଣ ସରିଛି । ଅନ୍ୟପଟରେ ମହାପ୍ରଭୁ ଜଳକ୍ରୀଡା କରିବାକୁ ଥିବା ନରେନ୍ଦ୍ର ପୁଷ୍କରିଣୀ,ମନ୍ଦିର ଓ ଚକଡ଼ାର ରଙ୍ଗ କାମ ସରିଛି । ଗତମାସ ୨୭ ତାରିଖ ଚୈତ୍ରପୂର୍ଣ୍ଣମୀରେ ଭୋଇ ସେବକଙ୍କ ଦ୍ବାରା ପୁଷ୍କରିଣୀରୁ ନନ୍ଦା ଓ ଭଦ୍ରା ଚାପ ଡଙ୍ଗା କଢାଯାଇ ଆବଶ୍ୟକ ମରାମତି ଓ ରଙ୍ଗ ପରେ ଚାପ ଡଙ୍ଗା ପ୍ରସ୍ତୁତ ହେଉଛି । ମଣି ବିମାନରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ,ମଦନମୋହନ,ଭୂଦେବୀ, ଶ୍ରୀଦେବୀଙ୍କ ସହ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡଵ ନରେନ୍ଦ୍ର ପୁଷ୍କରିଣୀ ଚକଡ଼ାକୁ ବିଜେ କରିବା ପରେ ନନ୍ଦା ଓ ଭଦ୍ରା ଚାପରେ ନରେନ୍ଦ୍ର ସରୋବରରେ ଜଳକ୍ରୀଡ଼ା କରିବେ । ଅକ୍ଷୟ ତୃତୀୟା ଠାରୁ ୨୧ଦିନ ଵ୍ୟାପୀ ବାହାର ଚନ୍ଦନ ଯାତ୍ରା ହେବ ।

ଆଜି ସକାଳେ ସ୍ଥିତି ପରଖିଥିଲେ ଜିଲ୍ଲାପାଳ । ଚନ୍ଦନଚକଡା, ନିଳାଦ୍ରୀ ଭକ୍ତ ନିବାସ ଓ ଉତ୍କଳ ହୀନ୍ଦି ବିଦ୍ୟାପୀଠ ସ୍ଥଳ ପରିଦର୍ଶନ କରିଥିଲେ । ଗତକାଲି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ଭର୍ଚ୍ଚୁଆଲ ବୈଠକ ହୋଇଥିଲା । ଗତବର୍ଷ କୋରୋନା ପାଇଁ ଶ୍ରୀମନ୍ଦିର ଭିତରେ ବାହାର ଚନ୍ଦନ ଯାତ୍ରା ଓ ରଥନିର୍ମାଣ ଅନୁକୂଳ ନୀତି ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.