ପୁରୀ: ଏନଡିଏ (National Defence Academy) ପରୀକ୍ଷାରେ ଟପ୍ପର ହେଲେ ପୁରୀର ଓମକାର ଆଶୁତୋଷ ।
ବର୍ଷ 2021 ଏନଡିଏ ତଥା ନ୍ୟାସନାଲ ଡିଫେନ୍ସ ଏକଡେମି ପରୀକ୍ଷାରେ ଟପ୍ପର ହୋଇଥିବା ଓମକାର ଆଶୁତୋଷ ଜଣାପଡିବାରେ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଓମକାର ଆଶୁତୋଷଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ତେବେ ଓମକାରଙ୍କ ସଫଳତା ନେଇ ତାଙ୍କ ପରିବାରରେ ଆନନ୍ଦ ଲହରୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଡାକ ଶୁଣିଛନ୍ତି ଓ ତାଙ୍କ ପୁଅ ସଫଳତାର ଏକ ପାଦ ଆଗେଇ ଥିବା ଓମକାରଙ୍କ ମା ତନିମା ତ୍ରିପାଠୀ କହିଛନ୍ତି ।
ତେବେ ତାଙ୍କ ପୁଅ ଆର୍ମିରେ ଯୋଗ ଦେଇ ଭଲ ଅଫିସର ହୋଇ ଦେଶ ସେବାରେ ନିୟୋଜିତ ହେବା ତାଙ୍କର ଏକ ସ୍ବପ୍ନ ଥିବା ବେଳେ ତାଙ୍କ ପୁଅ ଏହା ନିଶ୍ଚିତ ସଫଳ କରିବ ବୋଲି ଓମକାର ଙ୍କ ମା କହିଛନ୍ତି । ବଡ କଥା ହେଉଛି ଓମକାରଙ୍କ ବାପା ଜଣେ ମିଲିଟାରୀ ଅଫିସର ଥିଲେ। ସେ କର୍ଣ୍ଣେଲ ଅରୁଣ ରାୟଙ୍କ ପୁଅ । ତାଙ୍କ ବାପା ଠାରୁ ସେ ପ୍ରେରଣା ପାଇ ଆର୍ମିରେ ଯୋଗ ଦେବା ପାଇଁ ମନସ୍ଥିର କରିଥିଲେ ଗୋଟିଏ ପୁଅ ହେଲେ ମଧ୍ୟ ମା ତନିମା ପୁଅ ମିଲିଟାରୀରେ ଯୋଗ ଦେବା ନେଇ ଉତ୍ସାହିତ କରିବା ସହ ସମସ୍ତ ସହଯୋଗ କରିଥିଲେ ।
ଓମକାର ପୁରୀର ବ୍ଲେସଡ ସାକ୍ରାମେଣ୍ଟ ହାଇସ୍କୁଲରେ ଅଷ୍ଟମ ପଢିବା ପରେ ଏଣ୍ଟ୍ରାନ୍ସ ଦେଇ ଡେରାଡୁନରେ ଥିବା ତଥା ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ (Rashtriya Indian Military College) ରେ ନାମ ଲେଖାଇ ଥିଲେ। ପରେ ସେଠାରେ ସେ nda ରେ ଯୋଗ ଦେବା ପାଇଁ ଖୁବ ପରିଶ୍ରମ କରିଥିଲେ। ଚଳିତ 2021 ଏନଡିଏ ପରୀକ୍ଷାରେ ଦେଶରୁ 8 ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିବା ବେଳେ ପୁରୀର ବାସିନ୍ଦା କର୍ଣ୍ଣେଲ ଅରୁଣ ରାୟଙ୍କ ପୁଅ ଓମକାର ଆଶୁତୋଷ ଏଥିରେ ଟପର ହୋଇଛନ୍ତି।
ଯାହାକୁ ପୁରୀ କାହିଁକି ସାରା ରାଜ୍ୟବାସୀ ବେଶ ଗର୍ବ ଅନୁଭବ କରିଛନ୍ତି ଓମକାର ଆଶୁତୋଷଙ୍କ ସଫଳତା ପାଇଁ । ଇଟିଭି ଭାରତ ପକ୍ଷରୁ ମଧ୍ୟ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦରୁ ସେ ସବୁ ସଫଳତା ପାଆନ୍ତୁ ବୋଲି କାମନା କରୁଛୁ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ