ETV Bharat / city

'ଆସନ୍ତା 4 ସପ୍ତାହ ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର' - ଗଜପତି ମହାରାଜା

ଆସନ୍ତା 4 ସପ୍ତାହ ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଆଜି(ମଙ୍ଗଳବାର) ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଅଧିକ ପଢ଼ନ୍ତୁ...

ଆସନ୍ତା 4 ସପ୍ତାହ ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ପରିଚଳନା କମିଟି ବୈଠକରେ ନିଆଗଲା ନିଷ୍ପତ୍ତି

author img

By

Published : Nov 17, 2020, 8:25 PM IST

ପୁରୀ: ଆସନ୍ତା 4 ସପ୍ତାହ ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ। ଆଜି(ମଙ୍ଗଳବାର) ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଶ୍ରୀମନ୍ଦିରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ଖୋଲାଯିବା ପ୍ରସଙ୍ଗଠାରୁ ଆରମ୍ଭ କରି ମନ୍ଦିର ଦ୍ବାର ରୂପା କବାଟ ଡିଜାଇନକୁ ନେଇ ଏହି ବୈଠକରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଛି। ଗଜପତି ମହାରାଜାଙ୍କ ଅଧକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ବୈଠକ ଅନୁଷ୍ଠିତ ହୋଇଛି।

ଆସନ୍ତା 4 ସପ୍ତାହ ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ପରିଚଳନା କମିଟି ବୈଠକରେ ନିଆଗଲା ନିଷ୍ପତ୍ତି

ବୈଠକରେ ଶ୍ରୀମନ୍ଦିରର ଖର୍ଚ୍ଚ ବଜେଟ ପାରିତ ହୋଇଛି। ଶ୍ରୀମନ୍ଦିର ପାଇଁ 154 କୋଟିର ବଜେଟ ପାରିତ ହୋଇଥିବା ସୂଚନା ମିଳିଛି। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଶ୍ରୀମନ୍ଦିର ପ୍ରଶାସନର ଖର୍ଚ୍ଚ ବୃଦ୍ଧି ପାଇଥିବା ବେଳେ ଆୟ କମ ହୋଇଛି। ଏହା ଶ୍ରୀମନ୍ଦିର ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ଶ୍ରୀମନ୍ଦିରର କ୍ଷତିକୁ ଭରଣା କରିବାକୁ ଏହି ବୈଠକ ନିଷ୍ପତ୍ତି ନିଆଯାଇଛି। ଅଧିକ ଆୟ ପାଇଁ ସ୍ୱତନ୍ତ୍ର ଅନଲାଇନ ପାଣ୍ଠିର ଆରମ୍ଭ କରାଯିବ। ସେହିପରି ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଶ୍ରୀମନ୍ଦିର ଖୋଲିବା ନେଇ 30 ଦିନ ମଧ୍ୟରେ ଏହି କମିଟି ନିଷ୍ପତ୍ତି ନେବ। ଦର୍ଶନ ବ୍ୟବସ୍ଥା ପାଇଁ ମଧ୍ୟ ଛତିଶା ନିଯୋଗର ଏକ ସ୍ୱତନ୍ତ୍ର ବୈଠକ କରାଯିବ। ଡିସେମ୍ବର ମାସ ତୃତୀୟ ସପ୍ତାହ ମଧ୍ୟରେ ଦର୍ଶନ ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ।

ଏହାସହ ଐତିହ୍ୟ କରିଡର ନିର୍ମାଣ ନେଇ ଅଧିକୃତ ହୋଇଥିବା ଜମି ଶ୍ରୀମନ୍ଦିର ଖାତାକୁ ଆସିଛି। ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିଛି ମନ୍ଦିର ପରିଚାଳନା କମିଟି। ନଭେମ୍ବର 19 ତାରିଖ ଦିନ ରୂପା କବାଟ ଡିଜାଇନ ଚୂଡ଼ାନ୍ତ ପାଇଁ 20 ଜଣିଆ କମିଟି ନିଷ୍ପତ୍ତି ନେବ । ପ୍ରାଥମିକ ସ୍ଥରରେ ଆଠଗୋଟି ଦ୍ୱାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହେବ । ନଭେମ୍ବର 27 ତାରିଖ ରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ କରାଯିବ । ବେଶ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଏହି ନୀତି ସମାପନ କରାଯିବାକୁ ନେଇ ଆଜି ବୈଠକରେ ଆଲୋଚନା ହୋଇଛି । ଏନେଇ ପୁନଃ ଶନିବାର ଦିନ ଅଧିକ ଆଲୋଚନା କରାଯିବ। ସେବାୟତ କଲ୍ୟାଣ ନେଇ କରୋନା ସମୟରେ 4ଥର ସହାୟତା ରାଶି ଯୋଗାଇ ଦିଆଯାଇଥିବାବେଳେ ପଞ୍ଚମ ଥର ଦିଆଯିବା ପାଇଁ ନିଷ୍ପତ୍ତି ଉପରେ ଆଜି ବୈଠକରେ ଆଲୋଚନା କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.