ETV Bharat / city

ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫୋଟୋ ଭାଇରାଲ

author img

By

Published : Jul 8, 2022, 7:06 PM IST

ଶ୍ରୀମନ୍ଦିର ଭିତର ଦୃଶ୍ୟ ପରେ ଗୁଣ୍ଡିଚା ମନ୍ଦିର ଭିତର ଫଟୋ ଭାଇରାଲ । ସୁରକ୍ଷା ଉପରେ ନାନା ପ୍ରଶ୍ନ । ଅଧିକ ପଢନ୍ତୁ

ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫୋଟୋ ଭାଇରାଲ
ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଫୋଟୋ ଭାଇରାଲ

ପୁରୀ: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରର ଭିତର ଫୋଟୋ ଭାଇରାଲ ହୋଇଛି । ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଗୁଣ୍ଡିଚା ମନ୍ଦିରର ଭିତର ଫୋଟୋ । ମନ୍ଦିରକୁ ମୋବାଇଲ୍ ଫୋନ୍ ନେବା ନିଷିଦ୍ଧ ଥିବାବେଳେ କିଭଳି ଓ କିଏ ମୋବାଇଲ୍ ନେଲା ସେନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଫଟୋ ଭାଇରାଲ ହେବା ପରେ ଗୁଣ୍ଡିଚା ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ନାନା ପ୍ରଶ୍ନ । ଗୁଣ୍ଡିଚା ମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ନେଇ ଘଟଣାର ତଦନ୍ତ କରିବାକୁ ଭକ୍ତ ମହଲରେ ଦାବି ହୋଇଛି । ଅନ୍ୟପଟେ କିଛିଦିନ ତଳେ ଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲି ଭଙ୍ଗା ଯାଇଥିବା ନେଇ ଅଭିଯୋଗ ହୋଇଥିଲା । ମାତ୍ର ଏହାକୁ ପ୍ରଶାସନ ପକ୍ଷରୁ ଖଣ୍ଡନ କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.