ETV Bharat / city

Heritage Corridor Controversy: ବେଆଇନ ନିର୍ମାଣ ବିରୋଧରେ ସିଂହଦ୍ୱାର ଥାନାର ମାମଲା ରୁଜୁ

author img

By

Published : Jun 2, 2022, 10:47 PM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ପୁରୀ ଜିଲ୍ଲାପାଳ, ଟାଟା ପ୍ରୋଜେକ୍ଟ ଓ obcc ନାମ ରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କଲା ପୋଲିସ । ଅଧିକ ପଢ଼ନ୍ତୁ

Heritage Corridor Controversy: ବେଆଇନ ନିର୍ମାଣ ବିରୋଧରେ ସିଂହଦ୍ବାର ଥାନାର ଏତଲା ରୁଜୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ପୁରୀ ଜିଲ୍ଲାପାଳ, ଟାଟା ପ୍ରୋଜେକ୍ଟ ଓ obcc ନାମ ରେ ସିଂହଦ୍ୱାର ଥାନାରେ ମାମଲା ରୁଜୁ କଲା ପୋଲିସ । ପୁରୀ SDJM କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିର ଚାରିପାଖରେ ବେଆଇନ ନିର୍ମାଣକୁ ନେଇ ଏହି ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ କୋର୍ଟରେ ଦାଖଲ କରିବା ପାଇଁ ସିଂହଦ୍ବାର ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ବେଆଇନ ନିର୍ମାଣ ବିରୋଧରେ ସିଂହଦ୍ୱାର ଥାନାର ମାମଲା ରୁଜୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ନାଁରେ ଶ୍ରୀମନ୍ଦିର ଚାରି ପାଖରେ ବଡ଼ବଡ଼ ଗର୍ତ୍ତ ଖୋଳା ଯାଇ ନିର୍ମାଣ କାମ ଆରମ୍ଭ କରିଥିଲେ ରାଜ୍ୟ ସରକାର । ତେବେ NMA(National Monument Authority)ର ନିୟମ ଅନୁଯାୟୀ କୌଣସି ଐତିହ କୀର୍ତ୍ତିରାଜିର 100 ମିଟର ପରିଧିରେ କୌଣସି ନିର୍ମାଣ, ଖନନ କାର୍ଯ୍ୟ ହୋଇ ପାରିବ ନାହିଁ । ପୁରୀ ଓକିଲ ସଂଘ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କରୁଥିବା ଟାଟା ପ୍ରୋଜେକ୍ଟ , obcc ଓ ପୁରୀ ଜିଲ୍ଲାପାଳଙ୍କ ନାମରେ ଏତଲା ଦିଆଯାଇଥିଲା । ହେଲେ ପୋଲିସ ଏତଲା ରୁଜୁ କରି ନଥିଲା ।

ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲା ରେ କୁହାଯାଇଥିଲା । ପୋଲିସର ସହୟତା ନମିଳିବାରୁ ପୁରୀ ଓକିଲ ସଂଘ ପକ୍ଷରୁ ପୁରୀ SDJM କୋର୍ଟରେ ମାମଲା କରାଯାଇ ଏହି ବେଆଇନ ପ୍ରକଳ୍ପ କାର୍ଯ୍ୟରେ ଥିବା ଅଫିସର, କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କୁ ପ୍ରାର୍ଥନା କରାଯାଇ ଥିଲା । କୋର୍ଟ ଏହି ମାମଲାରେ ଆଜ ରାୟ ପ୍ରକାଶ କରିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.