ETV Bharat / city

ଶ୍ରୀମନ୍ଦିର ଖୋଲିବା ଦାବି ନେଇ ସିଂହଦ୍ବାର ସାମ୍ନାରେ ସେବାୟତଙ୍କ ଧାରଣା - demanding reopen srimandir

ଶ୍ରୀମନ୍ଦିର ଖୋଲିବା ଦାବିରେ ଆଜି ସିଂହଦ୍ବାର ସାମ୍ନାରେ ସେବାୟତ ଧାରଣା ଦେଇଛନ୍ତି । ଦୀର୍ଘ 7 ମାସ ହେବ ମନ୍ଦିର ରହିବାରୁ ସେବାୟତଙ୍କ ପରିବାର ଚଳେଇବା କଷ୍ଟକର ହୋଇପଡିଛି । ତେଣୁ ଶ୍ରୀମନ୍ଦିର ଚାରି ଦ୍ବାରରେ ଡାକ୍ତର ନିୟୋଜିତ କରି ପର୍ଯ୍ୟାୟ କ୍ରମେ ୫୦ ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ସେମାନେ ଦାବି କରିଛନ୍ତି ।

ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ବାର ସାମ୍ନାରେ ସେବାୟତଙ୍କ ଧାରଣା

author img

By

Published : Oct 6, 2020, 10:52 AM IST

ପୁରୀ: ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ବାର ସମ୍ମୁଖରେ ସେବାୟତଙ୍କ ଧାରଣା । ପ୍ରଶାସନ ପକ୍ଷରୁ ମିଳିଥିବା ସହାୟତା ଯଥେଷ୍ଟ ନୁହେଁ । ଚାରି ଦ୍ବାରରେ ଡାକ୍ତରଙ୍କୁ ରଖି ପଚାଶ ପଚାଶ ଭକ୍ତିଙ୍କୁ ଛାଡିବାକୁ ଦାବି କରି ମହାସୁଆର ନିଯୋଗର ସେବାୟତ ଧାରଣା ଦେଇଛନ୍ତି ।

ଶ୍ରୀମନ୍ଦିର ଖୋଲିବା ଦାବିରେ ସିଂହଦ୍ବାର ସାମ୍ନାରେ ସେବାୟତଙ୍କ ଧାରଣା

ବିଜେଡିର ବରିଷ୍ଠ ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତେଷ୍ଟି କ୍ରିୟା ସମୟରେ ଶହ ଶହ ଲୋକଙ୍କ ସମେତ ନେତା ମଧ୍ୟ ସାମିଲ ହୋଇଥିଲେ । ସେହି ସମୟରେ କାହାକୁ କୋଭିଡ -19 ନିୟମ କିମ୍ବା ସଂକ୍ରମଣ ଦେଖିଲେ ନାହିଁ । ହେଲେ ମନ୍ଦିର ଖୋଲିଲେ କଣ ଅସୁବିଧା ରହିଛି ବୋଲି ପୂର୍ବତନ ସୁଆର ମହାସୁଆର ନିଯୋଗ ସଭାପତି ଦାମୋଦାର ମହାସୁଆର ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତିନୋଟି ପର୍ଯ୍ୟାୟରେ ଦିଆଯାଇଥିବା ୫୦୦୦ ଟଙ୍କା ପରିବାର ଚଳିବା ପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ତେବେ ଶ୍ରୀମନ୍ଦିର ଚାରି ଦ୍ବାରରେ ଡାକ୍ତର ନିୟୋଜିତ କରି ପର୍ଯ୍ୟାୟ କ୍ରମେ ୫୦ ଜଣ ଲେଖାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡିବାକୁ ସେ କହିଛନ୍ତି।

ଅନ୍ୟପଟେ କୋରୋନା ମହାମାରୀ ଯୋଗୁଁ ଦୀର୍ଘ 7 ମାସ ହେବ ଭକ୍ତମାନେ ଶ୍ରୀଜୀଉଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି। ସେହିପରି ବିନା ଭକ୍ତଙ୍କ ଯୋଗୁଁ ସେବାୟତ ପରିବାର ରୋଜଗାର ଅଭାବରୁ ଘର ପ୍ରତିପୋଷଣ କରିବା କଷ୍ଟକର ହୋଇ ପଡିଛି। ଏଣୁ କୋଭିଡ ଗାଇଡ ଲାଇନ ଅନୁଯାୟୀ ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ ଅନୁମତି ଦିଆଯାଉ ବୋଲି ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.