ପୁରୀ: କୋଭିଡ କଟକଣା ମଧ୍ୟରେ ପୁରୀରେ ଅନୁଷ୍ଠିତ ହେବ ଚଳିତ ବର୍ଷର ସାହିଜାତ । କମ ସଂଖ୍ୟକ ଲୋକଙ୍କ ଉପସ୍ଥିତରେ ଏହା କରିବା ନେଇ ଜିଲ୍ଲାପାଳ ସାହି ମୁରବି ମାନଙ୍କ ବୈଠକରେ ନେଇଛନ୍ତି ନିଷ୍ପତି। ଶ୍ରୀରାମ ନବମୀ ଅର୍ଥାତ ଅପ୍ରେଲ 21ରୁ ମେ ମାସ 4 ତାରିଖ ରାମଭିଷେକ ପର୍ଯ୍ୟନ୍ତ ପ୍ରସିଦ୍ଧ ସାହିଜାତ ଅନୁଷ୍ଠିତ ହୋଇଥାଏ ।
ତେଣୁ ଏହି ସାହିଜାତ ପର୍ବକୁ କିଭଳି କୋଭିଡ କଟକଣା ମଧ୍ୟରେ ବ୍ୟବସ୍ଥିତ ଢଙ୍ଗରେ କିଭଳି କରାଯାଇପାରିବ ତାକୁ ନେଇ ହୋଇଛି ନିଷ୍ପତି। ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଅନ୍ୟପଟେ କୋଭିଡ ନିୟନ୍ତ୍ରଣ ନେଇ ଜିଲ୍ଲା ପ୍ରଶାସନ ଆଇସିୟୁ ବ୍ୟବସ୍ଥା ସହ କୋଭିଡ କେୟାର ମେଡିକାଲ ଓ ସ୍ୱତନ୍ତ୍ର ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ। ସେପଟେ ସମସ୍ତ ସେବାୟତ ମାନେ କୋଭିଡ ନିୟମ ଅନୁସାରେ ସାହିଜାତକୁ ପାଳନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ