ETV Bharat / city

ପୁରୀ ନାମ ପରିବର୍ତ୍ତନ ପ୍ରସଙ୍ଗ; ସମାନ ପରାମର୍ଶ ଦେଲେ ଜଗତଗୁରୁ - ଜଗତଗୁରୁ ଶଙ୍କରାଚାର୍ଯ୍ୟ

ପୁରୀର ନାମ ଶ୍ରୀଜଗନ୍ନାଥଧାମ ପୁରୀ କରିବା ନେଇ କୌଣସି ଆବଶ୍ୟକତା ନ ଥିବା ହୋହରାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଅଧିକ ପଢନ୍ତୁ...

ଜଗତଗୁରୁ
ଜଗତଗୁରୁ
author img

By

Published : Nov 6, 2021, 9:43 PM IST

ପୁରୀ: ପୁରୀର ନାମ ଶ୍ରୀଜଗନ୍ନାଥଧାମ ପୁରୀ କରିବା ନେଇ କୌଣସି ଆବଶ୍ୟକତା ନଥିବା କହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ପୁରୀର ନାମ ପରିବର୍ତ୍ତନ କରି ଶ୍ରୀଜଗନ୍ନାଥଧାମ ପୁରୀ କରିବା ପ୍ରସଙ୍ଗରେ ଆଜି ( ଶନିବାର) ଗୋବର୍ଦ୍ଧନ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସେନା । ପୁରୀର ନାମ ପରିବର୍ତ୍ତନ ନୁହେଁ, ଭଗବାନଙ୍କ ନାଁ ଯୋଡିବା ପାଇଁ ଦାବି କରୁଛି ଶ୍ରୀଜଗନ୍ନାଥ ସେନା। ଏନେଇ ଆଜି ପୁଣି ଥରେ ସ୍ପଷ୍ଟ କରିଛନ୍ତି ଜଗନ୍ନାଥ ସେନାର ଆବାହକ ।

ପୁରୀ ନାମ ପରିବର୍ତ୍ତନ ପ୍ରସଙ୍ଗ; ସମାନ ପରାମର୍ଶ ଦେଲେ ଜଗତଗୁରୁ

ଏହି ପ୍ରସଙ୍ଗକୁ ନେଇ ଆଜି ଜଗନ୍ନାଥ ସେନା ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି ମାର୍ଗଦର୍ଶନ ଲୋଡିଛି । ଏହି ପ୍ରସଙ୍ଗରେ ଗତକାଲିର ମନ୍ତବ୍ୟ ଦୋହରାଇ ପୁଣି ଥରେ ଗୁରୁଜୀ ସମାନ କଥା କହିଛନ୍ତି । ବିଶ୍ଵରେ ପୁରୀକୁ ଜଗନ୍ନାଥ ପୁରୀ ନାମରେ ହିଁ ସମସ୍ତେ ଜାଣନ୍ତି।

ଯଦି କେହି ଚାହୁଁଛନ୍ତି ପୁରୀର ନାମ ଯୋଡିବା କିମ୍ବା ପରିବର୍ତ୍ତନ କରିବା ସେଥିରେ ମୋର‌ କୈଣସ ଆପତ୍ତି ନାହିଁ। ଏହାର ନାମ ପରିବର୍ତ୍ତନ କରିବା କି ଯୋଡିବାକୁ ମୁଁ ସମର୍ଥନ କରୁନାହିଁ କି ବିରୋଧ କରୁନାହିଁ। ପୁରୀ କହିଲେ ଜଗନ୍ନାଥ ଧାମ ହିଁ ବୁଝାଏ। ମୋ ମତରେ ପୁରୀ ନାମ ହିଁ ଠିକ ଅଛି ବୋଲି ଜଗଦଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.