ETV Bharat / city

ପୁରୀ ନାମ ପରିବର୍ତ୍ତନ ପ୍ରସଙ୍ଗ; ସେବାୟତ, ଭକ୍ତଙ୍କ ସମର୍ଥନ

ଜଗନ୍ନାଥ ସେନାର ଦାବିକୁ ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ପ୍ରେମୀ ମଧ୍ୟ କଲେ ସମର୍ଥନ । ଏଥିପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

Puri
Puri
author img

By

Published : Nov 6, 2021, 10:51 PM IST

ପୁରୀ: ଜଗନ୍ନାଥ ସେନାର ଦାବିକୁ ଶ୍ରୀମନ୍ଦିର ସେବାୟତ ଓ ଜଗନ୍ନାଥ ପ୍ରେମୀ ମଧ୍ୟ କଲେ ସମର୍ଥନ । ଏଥିପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।

ସେପଟେ ପୁରୀକୁ ଜଗନ୍ନାଥ ପୁରୀ ଅବା ଜଗନ୍ନାଥ ଧାମ ପୁରୀ ନାମକରଣକୁ ସମର୍ଥନ କରିଛନ୍ତି ମହାପ୍ରଭୁଙ୍କ ସେବକ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ । ସାଧାରଣତଃ ଭକ୍ତ ମାନେ ପୁରୀକୁ ଜଗନ୍ନାଥ ପୁରୀ କିମ୍ବା ଜଗନ୍ନାଥ ଧାମ ମଧ୍ୟ କୁହନ୍ତି ।

ପୁରୀ ନାମ ପରିବର୍ତ୍ତନ ପ୍ରସଙ୍ଗ; ସେବାୟତ ଭକ୍ତଙ୍କ ସମର୍ଥନ

ଏଣୁ ପୁରୀର ନାମ ଜଗନ୍ନାଥ ପୁରୀ ବା ଜଗନ୍ନାଥ ଧାମ ପୁରୀ ନାମକରଣ କଲେ କୌଣସି ଅସୁବିଧା ନାହିଁ । ତେବେ ପୁରୀ ସହର ବୁଦ୍ଧିଜୀବୀ , ସେବାୟତ , ଗଜପତି ମହାରାଜା , ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରାଯାଇ ଜଗନ୍ନାଥ ପୁରୀ ଅବା ଜଗନ୍ନାଥ ଧାମ ପୁରୀ ନାମକରଣ କରାଯାଉ ବୋଲି ଜଗନ୍ନାଥ ସଂସ୍କୃତି ପ୍ରଚାରକ ସୂର୍ଯ୍ୟ ନାରାୟଣ ରଥ ଶର୍ମା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.