ETV Bharat / city

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ: ଦାବିରେ ନାରାଜ ପରିଚାଳନା କମିଟି - ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଦାବି ନେଇ ଧାରଣା ପ୍ରସଙ୍ଗ। ଦାବିକୁ ଯୁକ୍ତିଯୁକ୍ତ ନୁହେଁ କହିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ; ଦାବିରେ ନାରାଜ ପରିଚଳନା କମିଟି

author img

By

Published : Oct 6, 2020, 9:23 PM IST

ପୁରୀ: ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଦାବି ନେଇ ଧରଣା ପ୍ରସଙ୍ଗ। ଦାବିକୁ ଯୁକ୍ତି ଯୁକ୍ତ ନୁହେଁ କହିଲା ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ଦାବି ନେଇ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଦେଇ ଥିବା ଧାରଣା ପ୍ରସଙ୍ଗରେ ମତ ରଖିଛି ଶ୍ରୀମନ୍ଦିର ପରିଚାଳନା କମିଟି । ବର୍ତ୍ତମାନ କୋଭିଡ ପରିସ୍ଥିତିରେ ଶ୍ରୀମନ୍ଦିର ଖୋଲିବା ଠିକ ନୁହେଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି।

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ପ୍ରସଙ୍ଗ; ଦାବିରେ ନାରାଜ ପରିଚଳନା କମିଟି

ଉଭୟ ଭକ୍ତ ଓ ସେବାୟତଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଛତିସା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନରେ ହୋଇଛି। ଏଣୁ ଶ୍ରୀମନ୍ଦିର ପୁଣି ଭକ୍ତଙ୍କ ପାଇଁ ଖୋଲିବ କି ନାହିଁ ସେ ନେଇ ଶ୍ରୀମନ୍ଦିର ପରିଚଳନା କମିଟି ନିଷ୍ପତ୍ତି ନେବ। ଏମିତି ନୁହେଁ ଯେ କେହି ଜଣେ ସେବାୟତ ନିଜେ ନିଜେ ନିଷ୍ପତ୍ତି ନେଇ ଧାରଣା ଦେଲେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷ୍ପତ୍ତି ନିଆଯିବ। ଏ ନେଇ କୌଣସି ବ୍ୟବସ୍ଥା ବି ନାହିଁ। ସେହିପରି ପୁରୀରେ 10 ହଜାରରୁ ଅଧିକ ସେବାୟତ ଥିବା ବେଳେ କେହି ବ୍ୟକ୍ତିଗତ ଭାବେ କୌଣସି ନିଷ୍ପତ୍ତି, ପ୍ରସ୍ତାବ, ଧାରଣା ଦେଲେ ଏହାର କୌଣସି ଅର୍ଥ ନାହିଁ।

ଅନ୍ୟପଟେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ପରେ ସେବାୟତମାନେ ଆର୍ଥିକ ଦୃଷ୍ଟିରୁ ବେଶ ପ୍ରଭାବିତ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ତିନୋଟି କିସ୍ତିରେ 15 ହଜାର ଟଙ୍କା ସେବାୟତଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଦେଇଛି। ଯାହାକି ସମୁଦ୍ରକୁ ଶଙ୍ଖେ ଭଳି। ତେବେ ସେ ଯାହା ହେଉ ରାଜ୍ୟ ସରକାର ଅକ୍ଟୋବର ମାସରେ ଧର୍ମାନୁଷ୍ଠାନ ବନ୍ଦ ନିଷ୍ପତ୍ତି ନେଇ ଥିବା ହେତୁ ପ୍ରତ୍ୟେକ ସେବାୟତ ଓ ଭକ୍ତ ଏହାକୁ ମାନିବାକୁ ପଡିବ ବୋଲି ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.