ETV Bharat / city

ଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର ଲକ୍ଷ୍ୟ, ପୁରୀ ପ୍ରଶାସନର ପ୍ରୟାସ ଆରମ୍ଭ

ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ବ ଦରବାରରେ ଅଧିକ ପ୍ରଚାର ଓ ପ୍ରସାର ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସଂସ୍କୃତି ପ୍ରଚାରକ, ବୁଦ୍ଧିଜୀବୀ ଓ ସେବାୟତଙ୍କ ଠାରୁ ମତାମତ ନିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ

puri district administration has launched an effort to promote the culture of shri jagannath
ଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର ଲକ୍ଷ୍ୟ, ପୁରୀ ପ୍ରଶାସନର ପ୍ରୟାସ ଆରମ୍ଭ
author img

By

Published : Jan 24, 2022, 6:59 PM IST

ପୁରୀ: ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ବ ଦରବାରରେ ଅଧିକ ପ୍ରଚାର ଓ ପ୍ରସାର ନେଇ ପୁରୀ ଜିଲ୍ଲା ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ସଂସ୍କୃତି ପ୍ରଚାରକ, ବୁଦ୍ଧିଜୀବୀ ଓ ସେବାୟତଙ୍କ ଠାରୁ ମତାମତ ନିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି ।

ଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର ଲକ୍ଷ୍ୟ, ପୁରୀ ପ୍ରଶାସନର ପ୍ରୟାସ ଆରମ୍ଭ

ତେବେ ମହାପ୍ରଭୁ ସମସ୍ତ ଲୀଳା କ୍ଷେତ୍ର ଗୁଡିକର ବିକାଶ ସମେତ ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ଆବଶ୍ୟକତା ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଓ ପ୍ରଚାରକ ଜିଲ୍ଲାପାଳଙ୍କୁ ମତାମତ ଦେଇଛନ୍ତି । ପୁରୀକୁ ଆସୁଥିବା ଭକ୍ତ କିପରି ମହାପ୍ରଭୁଙ୍କ ଲୀଳା କ୍ଷେତ୍ର ଭ୍ରମଣ କରିପାରିବେ, ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ଭ୍ରମଣ ପ୍ୟାକେଜ୍ ବ୍ୟବସ୍ଥା କରାଯିବାକୁ ମତାମତ ଦିଆଯାଇଛି ।

ସେହିପରି ଶ୍ରୀମନ୍ଦିର ସିଂହଦ୍ବାର ନିକଟରେ ମହାପ୍ରଭୁଙ୍କ ସଂସ୍କୃତିକୁ ନେଇ ପ୍ରତ୍ୟେକ ଦିନ ପ୍ରବଚନ କାର୍ଯ୍ୟକ୍ରମ ନେଇ ମଧ୍ୟ ମତ ପ୍ରକାଶ ପାଇଛି । ଏଥିସହ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଭାଷାର ବିଶେଷଜ୍ଞଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିବାକୁ ଏଥିରେ କୁହାଯାଇଛି ।

ସେହିଭଳି ଏକ ସ୍ବତନ୍ତ୍ର ଟିଭି ଚ୍ୟାନେଲ୍ ଜରିଆରେ ମହାପ୍ରଭୁଙ୍କ ନୀତିକାନ୍ତି, ସଂସ୍କୃତି ବିଷୟରେ ପ୍ରସାର କରାଯିବା ନେଇ ବ୍ୟବସ୍ଥା ହେବା ନିହାତି ଆବଶ୍ୟକ ରହିଛି । ତେବେ ପୁରୀ ଜିଲ୍ଲାପାଳ ଏହାକୁ ଗୁରୁତର ସହ ନେଇଥିବାବେଳେ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ୟବସ୍ଥା କରାଯାଇ ଶ୍ରୀଜଗନ୍ନାଥ ସଂସ୍କୃତିକୁ ସାରା ବିଶ୍ବରେ ପ୍ରସାର କରିବା ଲାଗି କାର୍ଯ୍ୟ କରାଯିବ ବୋଲି ଜଗନ୍ନାଥ ସଂସ୍କୃତି ପ୍ରଚାରକ କହିଛନ୍ତି ।

ଏପଟେ ପୁରୀ ଜିଲ୍ଲାପାଳଙ୍କ କହିବା କଥା ଜଗନ୍ନାଥ ସଂସ୍କୃତିର ପ୍ରଚାର ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.