ETV Bharat / city

ରବିବାର ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ପ୍ରସଙ୍ଗକୁ ବିରୋଧ - ରବିବାର ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ପ୍ରସଙ୍ଗ

ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ରବିବାର ବନ୍ଦ ପ୍ରସଙ୍ଗକୁ ନେଇ ବିରୋଧ କରିଛି ପୁରୀ ଚାମ୍ବର ଅଫ କର୍ମସ । ଏ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆର ସରକାରଙ୍କୁ ପ୍ରଦାନ କରାଯିବ । ଅଧିକ ପଢନ୍ତୁ

ରବିବାର ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ପ୍ରସଙ୍ଗକୁ ବିରୋଧ

author img

By

Published : Dec 19, 2021, 7:32 PM IST

ପୁରୀ : ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ରବିବାର ବନ୍ଦ ପ୍ରସଙ୍ଗକୁ ନେଇ ବିରୋଧ କରିଛି ପୁରୀ ଚାମ୍ବର ଅଫ କର୍ମସ । ସଂଘ ପକ୍ଷରୁ କୁହାଯାଇଛି ରବିବାର ଛୁଟି ଦିନ ଥିବାରୁ ଅନେକ ପର୍ଯ୍ୟଟକ ପୁରୀ ସହର ଆସି ଭ୍ରମଣ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥାନ୍ତି। ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ଫଳରେ ପୁରୀରେ ବିଭିନ୍ନ ବ୍ୟବସାୟ ଭଲ ହୋଇଥାଏ। ସହରର ଅର୍ଥନୀତି ସମ୍ପୂର୍ଣ୍ଣ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ ଥିବା ବେଳେ ରବିବାର ଦର୍ଶନ କଟକଣା ହେତୁ ଅନେକ ଭକ୍ତ ପୁରୀ ଆସିପାରୁ ନାହାନ୍ତି ।

ରବିବାର ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ପ୍ରସଙ୍ଗକୁ ବିରୋଧ

ଫଳରେ ବ୍ୟବସାୟୀମାନେ ଭଲ ଦୁଇ ପଇସା ରୋଜଗାର କରି ପାରୁନାହାନ୍ତି । ଯେତେବେଳେ କୋଭିଡ କଟକଣା ନେଇ ସରକାର ସବୁ କ୍ଷେତ୍ରରେ କୋହଳ କରିସାରିଛନ୍ତି । ସେତେବେଳେ ଶ୍ରୀମନ୍ଦିରରେ ରବିବାର ଦର୍ଶନ ବନ୍ଦ କଣ ଆବଶ୍ୟକ ରହିଛି ବୋଲି ପୁରୀ ଚାମ୍ବର ଅଫ କମର୍ସ କହିଛି । ଯଦି ଶ୍ରୀମନ୍ଦିରର ସାନିଟାଇଜ ପାଇଁ ପ୍ରଶାସନ ରବିବାର ବନ୍ଦ କରୁଛି । ତାହା ସପ୍ତାହର ଅନ୍ୟ ଦିବସରେ ହୋଇ ପାରିବ। କିନ୍ତୁ ପ୍ରଶାସନ ଏହାକୁ ଦୃଷ୍ଟି ନ ଦେବା ଅତ୍ୟନ୍ତ ଦୁଃଖର ବିଷୟ ।

ତେବେ ପୁରୀ ସହର ବାସିନ୍ଦାଙ୍କ ଜୀବନଜୀବିକା ସୁରକ୍ଷା ପାଇଁ ଶ୍ରୀମନ୍ଦିର ରବିବାର ଦର୍ଶନ ବନ୍ଦ କଟକଣା ପ୍ରତ୍ୟାହାର କରିବାକୁ ପୁରୀ ଚାମ୍ବର ଅଫ କମର୍ସ ଦାବି କରିଛି। ଏ ନେଇ ଆଗାମୀ ଦିନରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆର ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ପୁରୀରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ହୋଇ ଥିବା ସ୍ବତନ୍ତ୍ର ଆଲୋଚନା ଚକ୍ରରେ ଏହି ଦାବି ରଖାଯାଇଛି। ବରିଷ୍ଠ ବିଜେଡି ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.