ETV Bharat / city

Proposed Konark Temple: ନୂଆ କୋଣାର୍କ ମନ୍ଦିରକୁ ଚାରିଆଡୁ ବିରୋଧ

ଚନ୍ଦ୍ରଭାଗାରେ ନୂତନ କୋଣାର୍କ ମନ୍ଦିର ନିର୍ମାଣକୁ ନେଇ ପୁରୀ ଓ କୋଣାର୍କରେ ତେଜିଲା ବିରୋଧ ସ୍ୱର । କୋଣାର୍କର ଚନ୍ଦ୍ରଭାଗାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ଏକ ସଂଗଠନ ପ୍ରୟାସ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

author img

By

Published : Nov 18, 2021, 8:12 PM IST

puri and konark people opposed New Konark Temple in chandrabhaga
New Konark Temple Protest: ନୂଆ କୋଣାର୍କ ମନ୍ଦିରକୁ ପୁରୀ କୋଣାର୍କବାସୀଙ୍କ ବିରୋଧ

ପୁରୀ: ଚନ୍ଦ୍ରଭାଗାରେ ନୂତନ କୋଣାର୍କ ମନ୍ଦିର (Proposed Konark Temple) ନିର୍ମାଣକୁ ନେଇ ପୁରୀ ଓ କୋଣାର୍କରେ ତେଜିଲା ବିରୋଧ ସ୍ୱର । କୋଣାର୍କର ଚନ୍ଦ୍ରଭାଗାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ଏକ ସଂଗଠନ ପ୍ରୟାସ ଆରମ୍ଭ କରିଛି । ସଂଗଠନ ମୁଖ୍ୟ ମୁକେଶ ଜୈନ ଚନ୍ଦ୍ରଭାଗା ନିକଟରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ ଭିତରେ ଜଙ୍ଗଲ ଜମିରେ ଭଗବାନ ସୂର୍ଯ୍ୟଙ୍କ ପ୍ରତିମୂର୍ତି ରଖି ପୂଜା ଆରମ୍ଭ କରିବା ସହ ମନ୍ଦିର ନିର୍ମାଣ ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ରାଜସ୍ଥାନରୁ ପଥର ଆଣି ସେ କୋଣାର୍କର ଅବିକଳ ଆଉ ଏକ ମନ୍ଦିର ତିଆରି ପାଇଁ କାର୍ଯ୍ୟ କରୁଛନ୍ତି । ଏହା ଘଟଣା ଲୋକଲୋଚନକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପଇଛି । ବୁଦ୍ଧିଜୀବୀ ଠାରୁ ଆରମ୍ଭ କରି ପୁରୀ, କୋଣାର୍କ ବାସିନ୍ଦା ଏହି କାର୍ଯ୍ୟ ଦୃଢ଼ ବିରୋଧ କରିଛନ୍ତି । କୋଣାର୍କ ମନ୍ଦିର ନିର୍ମାଣ ଅନେକ ପରମ୍ପରା , ସଂସ୍କୃତି ,କଳା ସହ ଜଡ଼ିତ ରହିଛି । ତେବେ ଦିଲ୍ଲୀରୁ ଜଣେ ବ୍ୟକ୍ତି ଆସି ଚନ୍ଦ୍ରଭାଗାରେ ଆଉ ଏକ କୋଣାର୍କ ମନ୍ଦିର ନିର୍ମାଣ କରିବା ଠିକ ନୁହେଁ ବୋଲି ମତ ପ୍ରକାଶ ପଇଛି ।

ପ୍ରତ୍ୟେକ ହିନ୍ଦୁ ମନ୍ଦିର ତିଆରି ପଛରେ ଅନେକ ସଂସ୍କୃତି ପରମ୍ପରା ରହିଛି । କିନ୍ତୁ ଏହାର ନକଲ କରି ଆଉ ଏକ ମନ୍ଦିର ନିର୍ମାଣ କଲେ କୋଣାର୍କର ଗାରିମା ହ୍ରାସ ପାଇବ । ଏହି ଭଳି ଚିନ୍ତାଧାରା ନେଇ ଆସିଥିବା ଦିଲ୍ଲୀ ବାସିନ୍ଦା ମୁକେଶ ଜୈନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ସେହିପରି ଚନ୍ଦ୍ରଭାଗା କୂଳରେ ଜଙ୍ଗଲ ଜମି ତାଙ୍କୁ କିଏ ଯୋଗାଇଛି ଓ କେଉଁ ବ୍ୟକ୍ତି ଏହା ପଛରେ ଅଛନ୍ତି ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଓ କୋଣାର୍କ ବାସିନ୍ଦା ଦାବି କରିଛନ୍ତି ।

କୋଣାର୍କ ମନ୍ଦିରର ଉନ୍ନତିକରଣ ଓ ସୁରକ୍ଷା ପାଇଁ ଯଦି କୌଣସି ସଂଗଠନ ଚାହୁଁଛି ତାହେଲେ ଆଗେଇ ଆସନ୍ତୁ । ଏହାର ପୁନଃ ଉଦ୍ଧାର କରାଯାଉ । କିନ୍ତୁ ମୂଳ କୋଣାର୍କ ମନ୍ଦିର ଢାଞ୍ଚାରେ ଚନ୍ଦ୍ରଭାଗା କୂଳରେ ଆଉ ଏକ କୋଣାର୍କ ମନ୍ଦିର ନିର୍ମାଣ ଗ୍ରହଣୀୟ ନୁହେଁ ବୋଲି ବୁଦ୍ଧିଜୀବୀ, ଗବେଷକ, ପୁରୀ ଓ କୋଣାର୍କ ବାସିନ୍ଦା ମତ ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.