ପୁରୀ : ପତିତପାବନଙ୍କ ଦର୍ଶନ ନେଇ ବ୍ୟବସ୍ଥା କଲା ପୁରୀ ପ୍ରଶାସନ । ଶ୍ରୀମନ୍ଦିରରେ ପତିତପାବନ ଦର୍ଶନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇଛି । ଦୀର୍ଘ ୮ ମାସ ଧରି ଭକ୍ତ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରୁ ବହୁତ ଦୂରରେ ବ୍ୟାରିକେଡ଼ରେ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଛନ୍ତି ।
ପତିତପାବନଙ୍କ ଦର୍ଶନ ପାଇଁଁ କାର୍ତ୍ତିକ ମାସ ହୋଇଥିବାରୁ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ହୋଇଥିବା ଅସ୍ଥାୟୀ ବ୍ୟାରିକେଡ଼ ମାଧ୍ୟମରେ ଯାଇ ଭକ୍ତ ଶ୍ରଦ୍ଧାଳୁ ଅତି ନିକଟରୁ ପତିତପାବନଙ୍କୁ ଦର୍ଶନର ସୌଭାଗ୍ୟ ପାଇବା ପାଇଁ ବନ୍ଦୋବସ୍ତ ହୋଇଛି । ଫଳରେ ଏଣିକି ଭକ୍ତ ମାନେ ନିକଟରୁ ପତିତପାବନଙ୍କୁ ଦର୍ଶନ କରି ପାରିବେ । ତେବେ ପ୍ରସ୍ଥାନ କରିବା ବେଳେ କାକୁଡ଼ି ଖାଇ ଛକ କିମ୍ବା ଯେଉଁପଟେ ଯାଉଛନ୍ତି ସେହି ପଟେ ଭକ୍ତ ପ୍ରସ୍ଥାନ କରି ପାରିବେ ।
ଅନ୍ୟପଟରେ ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଅନ୍ତତଃ ଗୋଟିଏ ଘଣ୍ଟା କାର୍ତ୍ତିକ ବ୍ରତ ଧାରୀଙ୍କୁ ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର ମତ ରଖିଛନ୍ତି । ଏ ନେଇ ପ୍ରଶାସନ ପକ୍ଷରୁ ଏହି ପ୍ରସ୍ତାବକୁ ନେଇ ବିଚାର କରିବାକୁ ଆହ୍ବାନ ଦେଇଛନ୍ତି । ଅନ୍ୟପଟେ ପତିତପାବନଙ୍କୁ ଭକ୍ତ ନିକଟରୁ ଦର୍ଶନ ନେଇ ଭଲ ବ୍ୟବସ୍ଥା କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ