ETV Bharat / city

ସ୍ନାନଯାତ୍ରା ପ୍ରସ୍ତୁତି, ବସିଲା ପ୍ରଶାସନ ଓ ଦଇତାପତି ନିଯୋଗ ବୈଠକ - ସ୍ନାନଯାତ୍ରା ୨୦୨୨ ପ୍ରସ୍ତୁତି

ମହାପ୍ରଭୁଙ୍କ ଆଦ୍ୟଯାତ୍ରା ବା ସ୍ନାନଯାତ୍ରାକୁ ସୁରୁଖୁରୁରେ ସମାପନ ପାଇଁ ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ । ବ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଲେ ଜିଲ୍ଲପାଳ ସମର୍ଥ ବର୍ମା । ଅଧିକ ପଢନ୍ତୁ

ସ୍ନାନଯାତ୍ରା ପ୍ରସ୍ତୁତି, ବସିଲା ପ୍ରଶାସନ ଓ ଦଇତାପତି ନିଯୋଗ ବୈଠକ

author img

By

Published : Jun 10, 2022, 5:22 PM IST

ପୁରୀ: ମହାପ୍ରଭୁଙ୍କ ଆଦ୍ୟଯାତ୍ରା ସ୍ନାନଯାତ୍ରାକୁ ସୁରୁଖୁରୁରେ ସମାପନ ପାଇଁ ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ଅନୁଷ୍ଠିତ । ମହାପ୍ରଭୁଙ୍କ ସ୍ନାନଯାତ୍ରା କିଭଳି ସୁରୁଖୁରୁରେ ସମାପନ ହେବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବାବେଳେ ଏହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସ୍ନାନଯାତ୍ରା ଦିନ ନୀତି ନିର୍ଘଣ୍ଟ ଅନୁଯାୟୀ କିଭଳି ସବୁକିଛି ସଠିକ ସମୟରେ ସବୁ ହୋଇପାରିବ ସେନେଇ ବିଭିନ୍ନ ସେବାୟତ ନିଯୋଗ ସହ ଏକ ବୈଠକ କରିଛି ପୁରୀ ଜିଲ୍ଲା ପ୍ରଶାସନ ।

ସ୍ନାନଯାତ୍ରା ପ୍ରସ୍ତୁତି, ବସିଲା ପ୍ରଶାସନ ଓ ଦଇତାପତି ନିଯୋଗ ବୈଠକ

ଆଜି(ଶୁକ୍ରବାର) ଦଇତାପତି ନିଯୋଗ ସହ ଏକ ସମନ୍ୱୟ ବୈଠକ ପ୍ରଶାସନ ପକ୍ଷରୁ ହୋଇଥିଲା । ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଦଇତା ନିଯୋଗର କର୍ମକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ସ୍ନାନଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ନେଇ ନିଷ୍ପତ୍ତି ହୋଇଥିବାରୁ ଭକ୍ତଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ମନ୍ଦିର ଭିତରେ ସ୍ନାନ ମଣ୍ଡପ ଦେଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ସେହିପରି ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖାଯାଇ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ବ୍ୟବସ୍ଥା, ପୌର ପାଳିକା ପକ୍ଷରୁ ସଫେଇ ବ୍ୟବସ୍ଥା ହୋଇଛି । ଭକ୍ତମାନେ ମାର୍କେଟ ଛକରୁ ହୋଇଥିବା ବାରିକେଡରେ ପ୍ରବେଶ କରି ଆସିବେ ।

ସ୍ନାନଯାତ୍ରାରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖାଯାଇ ପାର୍କିଂ ବ୍ୟବସ୍ଥା ହୋଇଛି । ୬ଟି ସ୍ଥାନରେ ଗାଡି ରଖିବା ନେଇ ପାର୍କିଂ ବ୍ୟବସ୍ଥା ହୋଇଛି । ସେପଟେ ଦଇତାପତି ନିଯୋଗର କର୍ମକର୍ତ୍ତା କହିଛନ୍ତି ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳାର ସହ ଶେଷ କରିବା ପାଇଁ ଦଇତାପତି ନିଯୋଗ ପୁରୀ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବ । ହାତୀବେଶ ସମୟରେ କୌଣସି ସେବାୟତ ମହାପ୍ରଭୁଙ୍କ ଆଗରେ ଠିଆହୋଇ ରହିବେ ନାହିଁ । ଯେଉଁ ସେବାୟତଙ୍କର ଯେତେବେଳେ ସେବା ଥିବ ସେହି ସେବାୟତ ହିଁ ଉପସ୍ଥିତ ରହିବେ ବୋଲି ନିଷ୍ପତି ହୋଇଥିବା ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.