ETV Bharat / city

ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ - ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶର ଚାଷୀଙ୍କୁ ସର୍ବସ୍ୱାନ୍ତ କରିଦେବ । ଘରୋଇ ମଣ୍ଡି ଆଇନ ଲାଗୁ ପରେ ଚାଷୀମାନେ ନିଜର ଫସଲ ବିକ୍ରିରେ ଉପଯୁକ୍ତ ମୂଲ୍ୟ ନ ପାଇ ଶୋଷଣର ଶିକାର ହେବେ । ଏଣୁ ତୁରନ୍ତ ଏହି ଘରୋଇ ମଣ୍ଡି ଆଇନକୁ କେନ୍ଦ୍ର ସରକାର ବାତିଲ କରିବାକୁ ବାମ ଦଳମାନେ ଦାବି କରିଛନ୍ତି । ଅଧିକ ପଢନ୍ତୁ...

Protests demanding the new agricultural bill in puri
ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ
author img

By

Published : Sep 25, 2020, 5:39 PM IST

ପୁରୀ: ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଦେଶର ଚାଷୀଙ୍କୁ ସର୍ବସ୍ୱାନ୍ତ କରିଦେବ । ଘରୋଇ ମଣ୍ଡି ଆଇନ ଲାଗୁ ପରେ ଚାଷୀମାନେ ନିଜର ଫସଲ ବିକ୍ରିରେ ଉପଯୁକ୍ତ ମୂଲ୍ୟ ନ ପାଇ ଶୋଷଣର ଶିକାର ହେବେ । ଏଣୁ ତୁରନ୍ତ ଏହି ଘରୋଇ ମଣ୍ଡି ଆଇନକୁ କେନ୍ଦ୍ର ସରକାର ବାତିଲ କରିବାକୁ ବାମ ଦଳମାନେ ଦାବି କରିଛନ୍ତି ।

ନୂଆ କୃଷି ବିଲ ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ଏହି ଆଇନ ପ୍ରତ୍ୟାହାର ଦାବିରେ ବିଭିନ୍ନ ବାମ ଦଳ ସିପିଆଇ, ସିପିଆଇ ଏମଏଲ, ପ୍ରମୁଖ ଦଳ ସାରା ଦେଶରେ ବନ୍ଦ ଡାକରା ଦେଇଥିବା ବେଳେ ପୁରୀରେ ମଧ୍ୟ ବିଭିନ୍ନ ବାମଦଳ ପକ୍ଷରୁ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି ।

ଚୁକ୍ତି ଚାଷ, ଘରୋଇ ମଣ୍ଡି ଆଇନ ଆଣି ବିଜେପି ସରକାର କେଵଳ ବଡ଼ ବଡ଼ କର୍ପୋରେଟ କମ୍ପାନୀର ସ୍ୱାର୍ଥ ରକ୍ଷା କରୁଛି । ଏହା ଦ୍ୱାରା ଚାଷୀ ଶୋଷଣର ଶିକାର ହେବା ସହ ଦେଶରେ କୃଷି ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିବ।

ଆମେରିକା, ଇଂଲଣ୍ଡ ଭଳି ବିକଶିତ ଦେଶ ଚାଷୀଙ୍କୁ ସବସିଡ ଦେଉଥିବା ବେଳେ କେନ୍ଦ୍ର ବିଜେପି ସରକାର ଚାଷୀଙ୍କୁ ସାହାଯ୍ୟ ପରିବର୍ତ୍ତେ ଯେଭଳି କୃଷକ ମାରଣ ନୀତି ଆପଣେଇଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ବାମଦଳ ଗୁଡିକ କହିଛନ୍ତି । ତେବେ ତୁରନ୍ତ କେନ୍ଦ୍ର ସରକାର ନୂଆ କୃଷି ବିଲ ପ୍ରତ୍ୟାହାର ନ କଲେ ବ୍ୟାପକ ବିରୋଧ କରାଯିବ ବୋଲି ବାମଦଳ ଗୁଡିକ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.