ETV Bharat / city

ବ୍ଲୁ ଫ୍ଲାଗ ବିଚ ବିରୋଧୀ ଆନ୍ଦୋଳନ ୨୬ ଦିନ ପରେ ସ୍ଥଗିତ

author img

By

Published : Jan 11, 2022, 8:00 PM IST

ଚକ୍ରତୀର୍ଥ ରୋଡ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚକୁ ବିରୋଧରେ ହେଉଥିବା ଆନ୍ଦୋଳନ ୨୬ ଦିନ ପରେ ସ୍ଥଗିତ ରଖାଯାଇଛି । ଚକ୍ରତୀର୍ଥ ବେଳାଭୂମିରେ ଆଜି ଆନ୍ଦୋଳନକାରୀ ଖୋଳାଯାଇଥିବା ବାଲି ପୋତିଛନ୍ତି । ଅଧିକ ପଢ଼ନ୍ତୁ

protest against blue flag beach postponed after 26 days in puri
ବ୍ଲୁ ଫ୍ଲାଗ ବିଚ ବିରୋଧୀ ଆନ୍ଦୋଳନ ୨୬ ଦିନ ପରେ ସ୍ଥଗିତ

ପୁରୀ: ଚକ୍ରତୀର୍ଥ ରୋଡ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚକୁ ବିରୋଧରେ ହେଉଥିବା ଆନ୍ଦୋଳନ ୨୬ ଦିନ ପରେ ସ୍ଥଗିତ ରଖାଯାଇଛି । ତେବେ ୫ ଜଣ ସୁରକ୍ଷା ପ୍ରହରୀ ଭଳି ଜଗିରହିବେ । ଚକ୍ରତୀର୍ଥ ବେଳାଭୂମିରେ ଆଜି(ମଙ୍ଗଳବାର) ଆନ୍ଦୋଳନକାରୀ ଖୋଳାଯାଇଥିବା ବାଲି ପୋତିଛନ୍ତି । ତାସହ ଜଙ୍ଗଲ ଓ ପରିବେଶ ଏବଂ ପର୍ଯ୍ୟଟନ ମନ୍ତ୍ରୀଙ୍କ ତୈଳଚିତ୍ର ବାଲିରେ ସମାଧି ଦିଆଯାଇଥିଲା । ମରିବୁ ପଛେ ଛାଡ଼ିବୁ ନାହିଁ ସ୍ଲୋଗାନରେ ପ୍ରକମ୍ପିତ ହୋଇଥିଲା ବେଳାଭୂମି । ଜିଲ୍ଲାପାଳଙ୍କ ସହ ହୋଇଥିବା ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନ ଜାରି ରହିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ କଟକଣା ଲାଗୁ ହୋଇଥିବାରୁ ଏକତ୍ରିତ ଭାବେ ବେଳାଭୂମିରେ ପ୍ରତିବାଦ ନକରି ଆଜି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

ବେଳାଭୂମି ସୁରକ୍ଷା ସମିତି କୌଣସି ନିର୍ମାଣ କାର୍ଯ୍ୟ ନକରିବାକୁ ଚେତବନୀ ଦେଇଛି । ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଶହଶହ କ୍ଷୁଦ୍ର ଓ ଉଠା ବ୍ୟବସାୟୀଙ୍କ ସହ ମହିଳା ଶୀତ, କାକରରେ ୨୬ ଦିନ ହେବ ଧାରଣା ଦେଇଥିଲେ । ତେବେ ପଞ୍ଚାୟତ ନିର୍ବାଚନ ଘୋଷଣା ପରେ ଆଚରଣ ବିଧି ଲାଗୁ ହେବାସହ ସବୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିବ । ଏଣୁ ବର୍ତ୍ତମାନ ସ୍ଥିତିରେ କିଛି ଦିନ ଆନ୍ଦୋଳନ ସ୍ଥଗିତ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.