ETV Bharat / city

ଅଟୋ ଷ୍ଟାଣ୍ଡରେ ଦାଦାବଟି ଆଦାୟ ବନ୍ଦ ସହ ପାର୍କିଂ ବ୍ୟବସ୍ଥା ଦାବି - puri auto driver union

ଶ୍ରୀମନ୍ଦିର ନିକଟରେ ଉତ୍ତମ ପାର୍କିଂ ବ୍ୟବସ୍ଥା ସହ ପୋଲିସ ଜୁଲମ ବନ୍ଦ ଦାବି କଲା ପୁରୀ ଜିଲ୍ଲା ଅଟୋ ଚାଳକ ମହାସଂଘ । ଅଧିକ ପଢ଼ନ୍ତୁ...

ପୁରୀ ଅଟୋ ଚାଳକ ମହାସଂଘର ସାମ୍ବାଦିକ ସମ୍ମିଳନୀ, ପାର୍କିଂ ବ୍ୟବସ୍ଥା କରିବାକୁ ଦାବି

author img

By

Published : Nov 11, 2021, 9:54 PM IST

ପୁରୀ: ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହାରି ମଧ୍ୟରେ ଅଟୋ ଚାଳକମାନେ ଆଗକୁ କିଭଳି ବ୍ୟବସାୟକୁ ନେଇ ଅସୁବିଧା ଭୋଗିବେ ନାହିଁ ସେନେଇ କେତେକ ଦାବି ରଖିଛି ପୁରୀ ଜିଲ୍ଲା ଅଟୋ ଚାଳକ ମହାସଙ୍ଘ । ଏକ ସାମ୍ବାଦିକ ସମ୍ମିଳନୀ କରି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନା କରିଛି ସଂଘ ।

ପୁରୀ ଅଟୋ ଚାଳକ ମହାସଂଘର ସାମ୍ବାଦିକ ସମ୍ମିଳନୀ, ପାର୍କିଂ ବ୍ୟବସ୍ଥା କରିବାକୁ ଦାବି

ସଂଘ ପକ୍ଷରୁ କୁହାଯାଇଛି ଯେ ଶ୍ରୀମନ୍ଦିର ଚାରି ପାଖରେ ଅଟୋ ରଖିବା ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ହେଉ । ଫଳରେ ପୁରୀ ସହରବାସିନ୍ଦା ଓ ଭକ୍ତମାନେ ସୁବିଧାରେ ଓ ସହଜରେ ଅଟୋ ସେବା ପାଇ ପାରିବେ । ଏହାଦ୍ୱାରା ଅଯଥା ଟ୍ରାଫିକ ସମସ୍ୟା ଉପୁଜିବ ନାହିଁ । ପୂର୍ବଭଳି ଶ୍ରୀମନ୍ଦିର ନିକଟରେ ଅଟୋ ପ୍ରିପେଡ ବ୍ୟବସ୍ଥା ଆରମ୍ଭ କରାଯାଉ । ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉ । ପୋଲିସ ଅନେକ ସମୟରେ ନିରୀହ ଅଟୋ ଚାଳକଙ୍କ ଉପରେ ନିର୍ଯାତନା କରୁଥିବା ଅଭିଯୋଗ କରିଛି ସଂଘ । ଏହାକୁ ବନ୍ଦ କରାଯିବ ସହ ଅଟୋ ଷ୍ଟାଣ୍ଡ ଚାଲିଥିବା ଦାଦାବଟି ଆଦାୟ ବନ୍ଦ କରାଯାଉ ।

ଏହା ଦ୍ୱାରା ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ । ତାସହ ଅଟୋ ବ୍ୟବସାୟୀମାନେ ମଧ୍ୟ ବେଶ୍‌ ଦୁଇ ପଇସା ଅର୍ଥ ଉପାର୍ଜନ କରି ନିଜର ଗୁଜୁରାଣ ମେଣ୍ଟାଇ ପାରିବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.