ETV Bharat / city

ରାତି ପାହିଲେ ସାବିତ୍ରୀ ବ୍ରତ, ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା

author img

By

Published : Jun 9, 2021, 10:15 PM IST

ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ହେବ ସ୍ବତନ୍ତ୍ର ବ୍ୟବସ୍ଥା । ଏନେଇ ହୋଇଥିବା ଆୟୋଜନର ପରିଦର୍ଶନ କରିଛନ୍ତି ପୁରୀ ଏସପି କେ ବିଶାଳ ସିଂ । ଅଧିକ ପଢନ୍ତୁ...

ରାତି ପାହିଲେ ସାବିତ୍ରୀ ବ୍ରତ , ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ରାତି ପାହିଲେ ସାବିତ୍ରୀ ଅମାବାସ୍ୟା । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରସାଦ ନେବା ପାଇଁ ଭକ୍ତଙ୍କ ବେଶ ଭିଡ଼ ହୋଇଥାଏ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ହେବ ସ୍ବତନ୍ତ୍ର ବ୍ୟବସ୍ଥା ।

ତେବେ କୋଭିଡ ସମୟରେ କିଭଳି ଭକ୍ତଙ୍କ ଗହଳି କମ ରହିବ ଏବଂ ଶୃଙ୍ଖଳିତ ଭାବେ ସମସ୍ତେ ମହାପ୍ରସାଦ ପାଇବେ, ସେ ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ବାରରେ 10 ଟି ଲେଖାଁଏ କାଉଣ୍ଟର ରହିବ । ସେଠାରେ ଲୋକ ଆସି ଟୋକନ କାଟି ମହାପ୍ରସାଦ ନେଇ ପାରିବେ । ପ୍ରବଳ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖାଯାଇ ଅସ୍ଥାୟୀ ସେଡ଼ ସମେତ ପାନୀୟ ଜଳର ବ୍ୟବସ୍ଥା ରହିଛି । ସେହିପରି ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି ।

କେଉଁଠି ବ୍ୟାରିକେଡ ରହିବ, କିଭଳି ଗହଳି ନିୟନ୍ତ୍ରଣ କରି ହେବ , କିଭଳି କୋଭିଡ ଗାଇଡ଼ ଲାଇନ ଅନୁପାଳନ ହେବ, ସେ ନେଇ ପୁରୀ ଏସପି କେ ବିଶାଳ ସିଂ ବୁଧବାର ପରିଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ମଧ୍ୟରେ ମହା ପ୍ରସାଦ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି। । ସବୁକିଛି କୋଭିଡ କଟକଣା ମଧ୍ୟରେ ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ସୁଆର ମହାସୁଆର ନିଯୋଗ ସମ୍ପାଦକ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.