ETV Bharat / city

ମହାପ୍ରଭୁଙ୍କ ଗଜାନନ ବେଶ, ପ୍ରସ୍ତୁତିରେ ବ୍ୟସ୍ତ ରାଘବ ଦାସ ଓ ଗୋପାଳ ତୀର୍ଥ ମଠ - ମହାପ୍ରଭୁଙ୍କ ଗଜାନନ ବେଶ

ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ପାଇଁ ଚାଲିଛି ପ୍ରସ୍ତୁତି । ଉଭୟ ରାଘବ ଦାସ ମଠ ଓ ଗୋପାଳ ତୀର୍ଥ ମଠରେ ଚାଲିଛି ପ୍ରସ୍ତୁତି । ଅଧିକ ପଢ଼ନ୍ତୁ...

preparation for the Gajanana besa, Gajanana besa,  jagannath, Snana purnima, ମହାପ୍ରଭୁଙ୍କ ଗଜାନନ ବେଶ, ଗଜ ବେଶ ପାଇଁ ପ୍ରସ୍ତୁତି, ହାତୀ ବେଶ ନିର୍ମାଣ କାର୍ଯ୍ୟ, ଦେବ ସ୍ନାନ ପୂର୍ଣ୍ଣିମା
ଗଜାନନ ବେଶ ପାଇଁ ବେଶ ନିର୍ମାଣ କରୁଛନ୍ତି ରାଘବ ଦାସ ସହ ଗୋପାଳ ତୀର୍ଥ ମଠ
author img

By

Published : Jun 19, 2021, 9:46 PM IST

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହେବ। ଏହି ବେଶ ପ୍ରସ୍ତୁତିରେ ଲାଗି ପଡିଛନ୍ତି ବେଶ କାରୀଗର। ମହାପ୍ରଭୁଙ୍କ ସମସ୍ତ ବେଶର ମୁଖ୍ୟ କାରିଗର ବସନ୍ତ ରଣା ଏବଂ ତାଙ୍କ ସହଯୋଗୀଙ୍କ ଦ୍ଵାରା ଚାଲିଛି ହାତୀ ବେଶ ନିର୍ମାଣ କାର୍ଯ୍ୟ।

ଗଜାନନ ବେଶ ପାଇଁ ବେଶ ନିର୍ମାଣ କରୁଛନ୍ତି ରାଘବ ଦାସ ସହ ଗୋପାଳ ତୀର୍ଥ ମଠ

କଦଳୀ ପଟକୁ ବୁଣାଯାଇ ଫ୍ରେମ କରି ସୋଲ, ଜରି, କଇଥ ଅଠା, ଲେସ୍‌, ଭେଲବେଟ କପଡା, ସୋଲରେ ନିର୍ମିତ ଫୁଲ ଆଦିରେ ଏହି ହାତୀ ବେଶ ତିଆରି କରାଯାଏ। ଅକ୍ଷୟ ତୃତୀୟା ଠାରୁ ଅନୁକୂଳ କରାଯାଇ ହାତୀ ବେଶ ତିଆରି ଆରମ୍ଭ ହୋଇଥାଏ।

ପରମ୍ପରା ଅନୁଯାୟୀ ରାଘବ ଦାସ ମଠ ପକ୍ଷରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କ ପାଇଁ ହାତୀ ବେଶ ପ୍ରସ୍ତୁତ କରି ଯୋଗାଇ ଦିଆଯାଏ। ସେହିପରି ଗୋପାଳ ତୀର୍ଥ ମଠରୁ ବଡ଼ ଠାକୁର ପ୍ରଭୁ ବଳଭଦ୍ର ଏବଂ ସୁଦର୍ଶନଙ୍କ ପାଇଁ ବେଶ ଯୋଗାଇ ଦିଆଯାଏ। ତେବେ ହାତୀ ବେଶ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଶ୍ରୀମନ୍ଦିରରୁ ଡାକରା ପରେ ଏହାକୁ ନେଇ ଅର୍ପଣ କରାଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.