ପୁରୀ: ବ୍ରହ୍ମଗିରିର ପୂର୍ବତନ ବିଧାୟକ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ PA ନିଖୋଜ ଥିବା ବେଳେ ଆଜି ସକାଳୁ ପୁରୀ ସଦର ଥାନା ଗଡ଼ମୃଗସିରା ବ୍ରିଜ ନିକଟ ନୂଆ ନଈପଠାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଏ ନେଇ ପୁରୀ ସଦର ଥାନା ପୋଲିସର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ମୃତକ ଯୁବକ ହେଉଛନ୍ତି ହେଉଛନ୍ତି ବ୍ରହ୍ମଗିରି ବ୍ଲକ୍ ଅର୍ନ୍ତଗତ ସାନବନ୍ଧକେରା ଗ୍ରାମର 22 ବର୍ଷୀୟ ଚିତ୍ତରଞ୍ଜନ ପଲେଇ। ପୋଲିସ କହିବା ଅନୁଯାୟୀ ନିଖୋଜ ଚିତ୍ତରଞ୍ଜନ ଗତକାଲି(ରବିବାର) ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଆଉ ଘରକୁ ଫେରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ସଦର ଗଡମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡିଥିବା ବେଳେ ଜୋତା, ମୋବାଇଲ ଇତ୍ୟାଦି ପୋଲିସ ଜଵତ କରିଛି । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ।
ଏହା ବି ପଢନ୍ତୁ: ନଈ ପଠାରୁ ମିଳିଲା ସଞ୍ଜୟ ଦାସବର୍ମାଙ୍କ PSOଙ୍କ ମୃତଦେହ, ହତ୍ୟା ସନ୍ଦେହ
ସେହିପରି ଚିତ୍ତରଞ୍ଜନଙ୍କ ସହିତ ସେହି ଦିନ ବାଇକରେ ଯାଇଥିବା ଜଗନ୍ନାଥ ଷଡଙ୍ଗୀ ଓରଫ ଜଗାକୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି । ଜଗା ସହିତ ଚିତ୍ତରଞ୍ଜନଙ୍କ ମଧ୍ୟରେ ଟଙ୍କା ଧାର କରଜକୁ ନେଇ ପୂର୍ବରୁ ପାଟିତୁଣ୍ଡ ହୋଇଥିଲା । ଏଣୁ ଏଥିରେ ଜଗା ପ୍ରତିଶୋଧ ପରାୟଣ ହୋଇ ଚିତ୍ତରଞ୍ଜନଙ୍କୁ ଯୋଜନା ଵଦ୍ଧ ଭାବେ ହତ୍ୟା କରିଥିବା ମୃତକଙ୍କ ବାପା ଓ ଭାଇ ଅଭିଯୋଗ କରିଛନ୍ତି ।
ଶନିବାର ପୁରୀରେ ଚିତ୍ତରଞ୍ଜନ କିଛି ସାଙ୍ଗଙ୍କ ସହ ଭୋଜି କରିଥିଲେ । ସେହିଦିନ ରାତି ଜଗା ଚିତ୍ତରଞ୍ଜନଙ୍କୁ ନିଶାସକ୍ତ କରି ବାଇକରେ ନେଇ ନୂଆ ନଈପଠାରେ ହତ୍ୟା କରି ଦୁର୍ଘଟଣାର ରୂପ ଦେଇଛି ବୋଲି ମୃତ ଚିତ୍ତରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ସେପଟେ ଚିତ୍ତରଞ୍ଜନଙ୍କ ପତ୍ନୀ ଏହା ରାଜନୈତିକ କାରଣରୁ ହୋଇଥିବା ସନ୍ଦେହ କରିଛନ୍ତି । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସ ବର୍ମାଙ୍କ ସଂପୃକ୍ତି ଥିବା ମୃତ ଚିତ୍ତରଞ୍ଜନ ପତ୍ନୀ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଏ ନେଇ ପୁରୀ SPଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୋଗ ହୋଇଥିବା ଜଗା ଓରଫ ଜଗନ୍ନାଥ ଷଡଙ୍ଗୀଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ