ETV Bharat / city

ପୋଲିସ ବାବୁଙ୍କ ଦାଦାଗିରି, ଉଠା ଦୋକାନୀ ଓ ସାମ୍ବାଦିକଙ୍କୁ ଆକ୍ରମଣ

author img

By

Published : May 19, 2021, 11:46 AM IST

Updated : May 19, 2021, 7:18 PM IST

ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ଉଠା ଦୋକାନୀଙ୍କୁ ପୋଲିସର ଦୁର୍ବବ୍ୟହାର ଅଭିଯୋଗ । ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ । ଅଧିକ ପଢନ୍ତୁ...

ଖାକି ବାବୁଙ୍କ ଦାଦାଗିରି, ପୋଲିସ ମାଡରେ ଉଠା ଦୋକାନୀ ଆହତ

ପୁରୀ: ସହରର ବଡ଼ ଶଙ୍ଖ ପରିବା ବଜାରରେ ଅଭାବନୀୟ ଘଟଣା । ଲକଡାଉନରେ ପୋଲିସ ପକ୍ଷରୁ ବଜାରରେ ସାମାଜିକ ଦୂରତା ଯାଞ୍ଚ ବେଳେ ଉଠା ଦୋକାନୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ସାମ୍ବାଦିକ ଏହି ଘଟଣା ସମ୍ପର୍କରେ ପଚାରିବାରୁ ତାଙ୍କୁ ମଧ୍ୟ ପୋଲିସ ତଳେ ପକାଇ ମାଡ ମାରିଥିବା ଜଣାପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ପୋଲିସ ବାବୁଙ୍କ ଦାଦାଗିରି, ଉଠା ଦୋକାନୀ ଓ ସାମ୍ବାଦିକଙ୍କୁ ଆକ୍ରମଣ

ଜଣେ ଉଠା ଦୋକାନୀକୁ ପୋଲିସ ମାଡ଼ ମାରି ଆହତ କରିବା ଅଭିଯୋଗରେ ବ୍ୟବସାୟୀମାନେ ରାସ୍ତାରୋକ କରିଛନ୍ତି । ଏପରିକି ଘଟଣାସ୍ଥଳରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ତେବେ ଦୁର୍ବ୍ୟବହାର କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଉଠା ଦୋକାନୀ ଓ ସାମ୍ବାଦିକ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 19, 2021, 7:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.