ETV Bharat / city

Srimandir Kitchen Vandalism Case: ସିସିଟିଭିରୁ ମିଳିଲା ଅଭିଯୁକ୍ତର ଫୁଟେଜ, ପୋଲିସର ତଦନ୍ତ ଜୋରଦାର - ଶ୍ରୀମନ୍ଦିର ସିସିଟିଭିରୁ ମିଳିଲା ଅଭିଯୁକ୍ତର ଫୁଟେଜ

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା । ସିସିଟିଭି ଫୁଟେଜରେ ସନ୍ଦିଗ୍ଧ ଅଭିଯୁକ୍ତକୁ ଠାବ କଲା ପୋଲିସ । ଅଧିକ ପଢନ୍ତୁ

Srimandir Kitchen Vandalism Case: ସିସିଟିଭିରୁ ମିଳିଲା ଅଭିଯୁକ୍ତର ଫୁଟେଜ, ପୋଲିସର ତଦନ୍ତ ଜୋରଦାର

author img

By

Published : Apr 5, 2022, 1:03 PM IST

ପୁରୀ: ଶ୍ରୀମନ୍ଦିର ରୋଷ ଘରେ ୪୩ରୁ ଅଧିକ ଚୁଲି ଭଙ୍ଗାରୁଜା ଘଟଣା । ସିସିଟିଭିରୁ ସନ୍ଦିଗ୍ଧ ଅଭିଯୁକ୍ତର ଫୁଟେଜ ମିଳିବା ପରେ ପୋଲିସ ପକ୍ଷରୁ ତଦନ୍ତ ଜୋରଦାର କରାଯାଇଛି । ସେ ସନ୍ଦିଗ୍ଧ ବ୍ୟକ୍ତି ଜଣକ କିଏ ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Srimandir Kitchen Vandalism Case: ସିସିଟିଭିରୁ ମିଳିଲା ଅଭିଯୁକ୍ତର ଫୁଟେଜ, ପୋଲିସର ତଦନ୍ତ ଜୋରଦାର

ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ସିସିଟିଭି ଫୁଟେଜରୁ ଜଣେ ସନ୍ଦିଗ୍ଧ ଵ୍ୟକ୍ତିଙ୍କ ଫୁଟେଜ ମିଳିଛି । ସେ କିଏ ତାଙ୍କୁ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଉକ୍ତ ଵ୍ୟକ୍ତି ମଧ୍ୟ ମନ୍ଦିର ଭିତରେ ଥିବା ଜେଟିପି କର୍ମଚାରୀଙ୍କ ସହ କଥା ହେଉଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । 4 ଜଣ ଜେଟିପିଙ୍କୁ ପଚରା ଉଚୁରା ଚାଲିଛି । ସେହିପରି ଉକ୍ତ ଵ୍ୟକ୍ତିଙ୍କ ପରିଚୟ ପାଇଁ ସେବାୟତଙ୍କ ସହଯୋଗ ମଧ୍ୟ ନିଆଯାଉଛି। ଶ୍ରୀମନ୍ଦିର ନିକଟରେ ଥିବା ବିଭିନ୍ନ ସାହିରେ ପୋଲିସ ପକ୍ଷରୁ ଉକ୍ତ ଵ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ପୁରୀ ଏସପି କହିଛନ୍ତି ।

ତେବେ ସୂଚନା ଥାଉ କି କେହି ଦୁର୍ବୃତ୍ତ ଶ୍ରୀମନ୍ଦିରର ରୋଷଘରେ ପଶି ପ୍ରାୟ ୪୩ରୁ ଅଧିକ ଚୁଲିକୁ ଭାଙ୍ଗି ଦେଇଥିଲେ । କିଏ ଓ କାହିଁକି ଏହାକୁ ଭାଙ୍ଗିଥିଲା ସେ ସମ୍ପର୍କରେ ଏବେ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡିନାହିଁ । ଏହି ଘଟଣା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବା ସହିତ ବିଭିନ୍ନ ମହଲରେ ଘଟଣାକୁ ତୀବ୍ର ନିନ୍ଦା ପ୍ରକାଶ କରାଯାଇଛି । ଏହାସହିତ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଆଙ୍ଗୁଳି ନିର୍ଦ୍ଦେଶ କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.