ପୁରୀ: ପିପିଲି ଉପନିର୍ବାଚନ ପାଇଁ ପୁଣି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ସେପ୍ଟେମ୍ବର 30ରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ତେବେ ନିର୍ବାଚନ ତାରିଖ ଘୋଷଣା ପରେ ସକ୍ରିୟ ହୋଇଛନ୍ତି ବିଭିନ୍ନ ରାଜନୈତିକ ଦଳ । ତେବେ ମୁଖ୍ୟତଃ ପିପିଲିରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଏବଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ମଧ୍ୟରେ ସିଧା ସଳଖ ଫାଇଟ ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି ।
ତେବେ ପିପିଲି ଉପନିର୍ବାଚନ ପାଇଁ ପୁଣି ତାରିଖ ଘୋଷଣା ପରେ ଏହାକୁ ସ୍ୱାଗତ କରିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଉପ ନିର୍ବାଚନ ପିପିଲି ଡେଲାଙ୍ଗ ବାସୀ ନିଶ୍ଚିତ ଏଥର ପରିବର୍ତ୍ତନ କରିବେ । ପରିବାରବାଦ ରାଜନୀତି ଓ ଗୁଣ୍ଡରାଜ ଶାସନକୁ ପ୍ରତ୍ୟାଖ୍ୟାନ କରି ସୁଶାସନ ପାଇଁ ଭାରତୀୟ ଜନତା ପାର୍ଟିକୁ ବିପୁଳ ଭୋଟରେ ବିଜୟ କରାଇବେ ।
ସେପଟେ ଭୁବନେଶ୍ୱର ନିକଟରେ ପିପିଲି ଥିଲେ ମଧ୍ୟ ସବୁ କ୍ଷେତ୍ରରେ ପିପିଲି ଅବହେଳାର ଶିକାର ହୋଇଛି । ପ୍ରଥମତଃ ବିକାଶକୁ ଢାଲ କରି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡିକୁ ଲୋକ ମାନଙ୍କୁ ଅବଗତ କରାଇ ବିଜେପି ଉପ ନିର୍ବାଚନ ଲଢ଼ିବ । ତେବେ ପିପିଲି ଡେଲାଙ୍ଗ ଲୋକେ ସ୍ଥିର କରି ସାରିଛନ୍ତି ଏଥର ବିଜେପିକୁ ହିଁ ଭୋଟ ଦେଇ ପିପିଲି ଉପନିର୍ବାଚନ ରେ ବିଜେପିକୁ ଜିତାଇବେ ବୋଲି କହିଛନ୍ତି ବିଜେପି ନେତା ଆଶ୍ରିତ ପଟ୍ଟନାୟକ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ