ETV Bharat / city

ପିପିଲି ଉପନିର୍ବାଚନ: ଦ୍ବିତୀୟ ଦିନରେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ପ୍ରଚାର କଲେ ସମ୍ବିତ - ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ

ପିପିଲି ଉପନିର୍ବାଚନ ପ୍ରଚାରର ୨ୟ ଦିନ । ଦ୍ବିତୀୟ ଦିନରେ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ...

Pipili by election campaign second day
ଦ୍ବିତୀୟ ଦିନରେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ପ୍ରଚାର କଲେ ସମ୍ବିତ
author img

By

Published : Sep 21, 2021, 10:58 PM IST

ପୁରୀ : ପିପିଲି ଉପନିର୍ବାଚନ ପ୍ରଚାରର ୨ୟ ଦିନ । ଦ୍ବିତୀୟ ଦିନରେ ବିଜେପି ଓ କଂଗ୍ରେସ ଜୋରଦାର ପ୍ରଚାର କରିଛନ୍ତି । ବିଜେପିର ଷ୍ଟାର ପ୍ରଚାରକ ତଥା ବିଜେପିର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଆଜି ପିପିଲି ଉପନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେପଟେ କଂଗ୍ରେସ ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରିଛି।

ଦ୍ବିତୀୟ ଦିନରେ ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପାଇଁ ପ୍ରଚାର କଲେ ସମ୍ବିତ

ପିପିଲି ନିର୍ବାଚନ ନେଇ ଦ୍ବିତୀୟ ଦିନରେ ବିଜେପିର ଜୋରଦାର ପ୍ରଚାର । ପିପିଲି ଏନଏଏସିର ବିଭିନ୍ନ ଓ୍ଵାର୍ଡରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ଵିତ ପାତ୍ର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଁ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଛନ୍ତି । ବିଜେପି ପ୍ରତି ବହୁମତ ଦେଇ ବିଜେପି ପ୍ରାର୍ଥୀକୁ ବିଜୟ କରିବାକୁ ଭୋଟରଙ୍କୁ କରିଛନ୍ତି ନିବେଦନ । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ସୁଯୋଗ ଦେଇ ପିପିଲି ବିକାଶ ଦିଗରେ ଭାଗିଦାରୀ ହେବାକୁ କରିଛନ୍ତି ନିବେଦନ । ବିଶେଷକରି ସରକାରଙ୍କ ଜନହିତକାରୀ ଯୋଜନା ବାଟମାରଣା ହେଉଥିବାର ନଗ୍ନ ଚିତ୍ର ପିପିଲିରେ ଦେଖିବାକୁ ମିଳୁଥିବା ବେଳେ ପିପିଲିରେ କଣ ବିକାଶ ହୋଇଛି ବୋଲି ବିଜେଡିକୁ ଟାର୍ଗେଟ କରିଛନ୍ତି ସମ୍ଵିତ । 35 ବର୍ଷ ଧରି ପିପିଲିରେ କୌଣସି ବିକାଶ କାର୍ଯ୍ୟ ବିଜେଡି କରିନାହିଁ ବୋଲି ସମ୍ଵିତ କହିଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତଙ୍କ ପ୍ରତି ଭଲ ପାଇବା ଭୋଟ ବାକ୍ସରେ ଦେଖିବାକୁ ମିଳିବ ବୋଲି ପ୍ରତିକିୟା ରଖିଛନ୍ତି ସମ୍ଵିତ ।

ସେହିପରି କଂଗ୍ରେସ ପ୍ରାର୍ଥୀ ପିପିଲିର ଭୋଟର ଏଥର କଂଗ୍ରେସ ପ୍ରତି ସମର୍ଥନ ଜାରି ରଖିବେ। ବିଗତ ଦିନ ମାନଙ୍କରେ ପିପିଲିର ଯାହା କିଛି ଉନ୍ନତି କାର୍ଯ୍ୟ ହୋଇଛି ତାହା କଂଗ୍ରେସ କରିଛି। ଏଥର ପିପିଲି ଭୋଟର ସବୁକିଛି ପରିତ୍ୟାଗ କରି କଂଗ୍ରେସକୁ ସହଯୋଗ କରି ନିର୍ଵାଚିତ କରିବେ ବୋଲି ଅ।ଶା ରଖିଛନ୍ତି । ତେବେ କଂଗ୍ରେସର ପ୍ରଚାର ମଧ୍ୟ ଆଗକୁ ଜାରି ହେବ ରାଜ୍ୟସ୍ତରୀୟ ନେତା ପହଞ୍ଚିବେ ବୋଲି କଂଗ୍ରେସ ପ୍ରାର୍ଥୀ କହିଛନ୍ତି ।

ସୂଚନାଥାଉକି ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପିପିଲ ଉପନର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୩ ତାରିଖରେ ଫଳାଫଳ ଘୋଷଣା କରାଯିବ । ସମ୍ପୂର୍ଣ୍ଣ କୋରୋନା କଟକଣା ମଧ୍ୟରେ ଉପନିର୍ବାଚନ ପାଇଁ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.