ETV Bharat / city

ପିପିଲି ଉପନିର୍ବାଚନ, ୩ ଦଳରେ ଚାଲିଛି ଘମାଘୋଟ ପ୍ରଚାର - କଂଗ୍ରେସ ନେତା

ପିପିଲି ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ରବିବାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନିର୍ବାଚନରେ ଜିତିବାକୁ ୩ ଦଳ ମଧ୍ୟରେ ଚାଲିଛି ଆଙ୍କ କଷାକଷି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ, ୩ ଦଳରେ ଚାଲିଛି ଘମାଘୋଟ ପ୍ରଚାର

author img

By

Published : Sep 27, 2021, 6:48 AM IST

ପୁରୀ: ପିପିଲି ଉପନିର୍ବାଚନ ନେଇ ଚାଲିଛି ଘମାଘୋଟ ପ୍ରଚାର । ରବିବାର ବିଜେଡି ଦଳ ପକ୍ଷରୁ ପିପିଲି କୁଳଶେଖର ପାଟଣାରେ ଅନୁଷ୍ଠିତ ମିଶ୍ରଣ ପର୍ବ ଅୟୋଜନ କରାଯାଇଥିବା ବେଳେ ଏହି ମିଶ୍ରଣ ପର୍ବରେ ବିଭିନ୍ନ ଦଳରୁ ସ୍ଥାନୀୟ ନେତା ଓ କର୍ମୀମାନେ ମାନେ ବିଜେଡିରେ ମିଶିଛନ୍ତି । ସେହିପରି ବିଜେଡିର ଷ୍ଟାର ନେତା ମାନେ ମଧ୍ୟ ପ୍ରତି ପଞ୍ଚାୟତରେ ଡୋର ଟୁ ଡୋର କ୍ୟାମ୍ପେନ ଜାରି ରଖିଛନ୍ତି । ସେପଟେ ପିପିଲି ଡେଲାଙ୍ଗରେ ବିଜେପି ପାଇଁ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ବିଶେଷ କରି ଆବାସ ଯୋଜନାରେ ଶାସକ ଦଳର ଦୁର୍ନୀତି, କୃଷକଙ୍କୁ ଅବହେଳା, ମହିଳାଙ୍କ ପ୍ରତି ନିର୍ଯାତନା ବୃଦ୍ଧି ଓ ରାସ୍ତାଘାଟ ଭଳି ସମସ୍ୟାକୁ ନେଇ ବିଜେପି ବିଜେଡି ବିରୋଧରେ ପ୍ରଚାର ଚଳାଇଛି ।

ପିପିଲି ଉପନିର୍ବାଚନ, ୩ ଦଳରେ ଚାଲିଛି ଘମାଘୋଟ ପ୍ରଚାର

ତେବେ ଦୀର୍ଘ ବର୍ଷ ହେବ ପିପିଲି ନିର୍ବାଚନ ମଣ୍ଡଳୀର ଲୋକେ ଯେଉଁଭଳି ଅବହେଳିତ ଅବସ୍ଥାରେ ଅଛନ୍ତି ଚଳିତ ଉପନିର୍ବାଚନରେ ଶାସକ ବିଜେଡିକୁ ଭୋଟର ମାନେ ଉପଯୁକ୍ତ ଜବାବ ଦେବେ ବୋଲି ପ୍ରତାପ ଷଡଙ୍ଗୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ କଂଗ୍ରେସ ବିଜେଡିର ପ୍ରଚାରକୁ ବିରୋଧ କରିବା ସହ କୋଭିଡ କଟକଣାକୁ ଉଲ୍ଲଘଂନ କରି ଶତାଧିକ କର୍ମୀଙ୍କୁ ନେଇ ଯେଭଳି ବିଜେଡି ଦଳୀୟ କାର୍ଯ୍ୟକ୍ରମ କରୁଛି ପୁଣି ପିପିଲିରେ କୋଭିଡ କାୟା ବିସ୍ତାର କରିବ ବୋଲି କଂଗ୍ରେସ କହିଛି ।

ଏନେଇ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ନିର୍ବାଚନ କମିସନଙ୍କୁ ଭେଟି ଶାସକ ବିଜେଡି ଦଳ କିଭଳି ଭାବେ ଖୁଲମଖୁଲା କୋଭିଡ ନିୟମର ଉଲ୍ଲଘଂନ କରି ରାଲି ଓ ସଭା ଅୟୋଜନ କରୁଛି ସେନେଇ ଅବଗତ କରିବ ବେଲି କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ସେପଟେ ଏହି ଘଟଣାରେ ନିର୍ବାଚନ କମିଶନ କଡା ପଦକ୍ଷେପ ଗ୍ରହଣ ନ ନେଲେ କଂଗ୍ରେସ ଏହାର ଦୃଢ ପ୍ରତିବାଦ କରିବ ବୋଲି କଂଗ୍ରେସ ନେତା ପ୍ରଦୀପ ମାଝୀ କହିଛନ୍ତି ।

ଆଉ ଏନେଇ କଂଗ୍ରେସ ଓ ବିଜେପି ଅଭିଯୋଗକୁ ନେଇ ବିଜେଡି ଜବାବ ରଖିଛି । ତେବେ ବିରୋଧୀ ପିପିଲି ଉପନିର୍ବାଚନରେ ପରାଜୟ ଜାଣି ପାରି ବିଜେଡି ବିରୋଧରେ ଅପ ପ୍ରଚାର କରୁଥିବା ବରିଷ୍ଠ ବିଜେଡି ନେତା ସମୀର ଦାସ କହିଛନ୍ତି । ଏନେଇ ଦଳ ଉପରେ କୌଣସି ପ୍ରଭାବ ପଡିବନି ପୁଣି ପିପିଲି ବାସୀ ବିଜେଡିକୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରାଇବା ନେଇ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସାରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.