ETV Bharat / city

Panchayat election: ପିପିଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ - Panchayat election

ଆଗାମୀ ପଞ୍ଚାୟତ ନିର୍ବାଚନକୁ (Panchayat election) ନେଇ ପିପିଲି ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କିଭଳି ସଂଗଠନକୁ ଅଧିକ ମଜବୁତ କରିହେବ । ଦଳରେ ଅନ୍ତ କନ୍ଦଳକୁ ରୋକିହେବ ଓ ନିର୍ବାଚନରେ ଦଳ କିପରି ସଫଳତା ପାଇବ ସେ ନେଇ ଆଲୋଚନା ହୋଇଛି। ଅଧିକ ପଢନ୍ତୁ

pipili bjd executive body meeting
Panchayat election; ପିପିଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ
author img

By

Published : Nov 27, 2021, 9:12 PM IST

ପୁରୀ: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି (Panchayat election) ପିପିଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ । ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲି ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କିଭଳି ସଂଗଠନକୁ ଅଧିକ ମଜବୁତ କରିହେବ । ଦଳରେ ଅନ୍ତ କନ୍ଦଳକୁ ରୋକିହେବ ଓ ନିର୍ବାଚନରେ ଦଳ କିପରି ସଫଳତା ପାଇବ ସେ ନେଇ ଆଲୋଚନା ହୋଇଛି ।

Panchayat election; ପିପିଲି ବିଜେଡିର କାର୍ଯ୍ୟକାରିଣୀ ବୈଠକ

ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକରିଣୀ ବୈଠକ (executive body meeting) ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀର ପିପିଲି ଏବଂ ଡେଲାଙ୍ଗ ବ୍ଲକର ସକ୍ରିୟ ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଜୁ ଜନତା ଦଳ ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ପିପିଲି ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ପିପିଲି ବ୍ଲକ ସଭାପତି ପ୍ରଫୁଲ୍ଲ ସ୍ଵାଇଁଙ୍କ ସମେତ ବହୁ ନେତା କର୍ମୀ ଏଥିରେ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟତଃ ଦୁଇଟି ବ୍ଲକ କମିଟିକୁ ପୁନର୍ଗଠନ କରି ଚୟନ ହୋଇଥିବା ନୂତନ କର୍ମକର୍ତ୍ତାମାନଙ୍କ ନାମକୁ ଅନୁମୋଦନ ପାଇଁ ଜିଲ୍ଲା ସଭାପତିଙ୍କ ନିକଟକୁ ପଠାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମ ଲୋକମାନଙ୍କ ପାଖରେ ପହଞ୍ଚାଇ ପଞ୍ଚାୟତ ନିର୍ବାଚନରେ ସଫଳତା ହାସଲ କରିବା ପାଇଁ କର୍ମୀଙ୍କୁ ସମସ୍ତ ମଞ୍ଚାସୀନ ଅତିଥିମାନେ ନିଜ ବକ୍ତବ୍ୟରେ ଉଦବୋଧନ ଦେଇଥିଲେ।

ଆଗାମୀ ପଞ୍ଚାୟତ ନିର୍ବାଚନରେ ସମସ୍ତ କର୍ମକର୍ତ୍ତା ଏକ ହୋଇ ଲଢ଼ିବା ସହିତ ଦୁଇଟି ବ୍ଲକ ଓ ୬ଟି ଜିଲ୍ଲାପରିଷଦ ଜୋନ ଦଖଲ କରିବ ବୋଲି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରମୋଦ ସମାଲ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ସଭାପତି, ଅଧ୍ୟକ୍ଷ ଓ ପିପିଲି ବ୍ଲକ ଅଧ୍ୟକ୍ଷା ଉପସ୍ଥିତ ରହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.