ETV Bharat / city

ପୌରପାଳିକାରେ ନୂତନ ୟୁଜର ଫି ଲାଗୁ ନେଇ ପ୍ରତିବାଦ - ନୂତନ ୟୁଜର ଫି ଲାଗୁ ନେଇ ପ୍ରତିବାଦ

ପୁରୀ ପୌରପାଳିକାରେ ନୂତନ ୟୁଜର ଫି ଲାଗୁକୁ ନେଇ ହୋଇଛି ପ୍ରତିବାଦ । ଅଧିକ ପଢନ୍ତୁ...

ପୌରପାଳିକାରେ ନୂତନ ୟୁଜର ଫି ଲାଗୁ ନେଇ ପ୍ରତିବାଦ

author img

By

Published : Nov 11, 2021, 4:11 PM IST

ପୁରୀ: ଜିଲ୍ଲାର ପୌରପାଳିକା ପକ୍ଷରୁ ନୂତନ ଭାବେ ଲାଗୁ ହେବାକୁ ଯାଉଛି ୟୁଜର ଫି । ଏହାର ପ୍ରତ୍ୟାହାର ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୌର ପାଳିକା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ପୌରପାଳିକାରେ ନୂତନ ୟୁଜର ଫି ଲାଗୁ ନେଇ ପ୍ରତିବାଦ

ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି ଯେ ପୁରୀ ପୌର ପ୍ରଶାସନ ଲୋକଙ୍କୁ ସେବା ଦେବା ବଦଳରେ ଟିକସ ଲଦୁଛି । ସହରରେ ଅଳିଆ ସଂଗ୍ରହ ପାଇଁ ନିୟୋଜିତ ଗାଡି଼ର ରକ୍ଷଣାବେକ୍ଷଣ ଓ କର୍ମଚାରୀଙ୍କ ଦରମା ପାଇଁ ଲୋକଙ୍କ ଉପରେ ୟୁଜର ଫି ଲଗାଯାଉଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ପୌର ପାଳିକା ହୋଲଡିଂ ଟ୍ୟାକ୍ସ ନେଉଛି ।

ଏହି ହୋଲଡିଂ ଟ୍ୟାକ୍ସ ନେଇ ପୁରୀ ସହରବାସୀଙ୍କୁ ଉପଯୁକ୍ତ ସେବା ପୌର ପ୍ରଶାସନ ପ୍ରଦାନରେ ବିଫଳ ହୋଇଥିବାବେଳେ ପୁଣି ଅଳିଆ ସଂଗ୍ରହ ନାଁରେ ଲୋକଙ୍କ ଠାରୁ ୟୁଜର ଫି ଲାଗୁ କରିବା ବେଆଇନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ତୁରନ୍ତ ପୁରୀ ପୌର ପାଳିକା ୟୁଜର ଫି ପ୍ରତ୍ୟାହାର ନ କଲେ ଆଗାମୀ ଦିନରେ ଦୃଢ ବିରୋଧ ଓ ଆନ୍ଦୋଳନ ହେବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.