ETV Bharat / city

ମହୋଦଧିରେ ଭାସିଲା ଡଙ୍ଗା, ବାଲୁକା ପୂଜା କରି କାର୍ତ୍ତିକ ବ୍ରତ ଶେଷ କଲେ ହବିଷ୍ୟାଳି - କାର୍ତ୍ତିକ ବ୍ରତ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ଉତ୍ସବ । ଓଡିଶାର ଧର୍ମୀୟ ଭାବନା ସହ ଜଡିତ କାର୍ତ୍ତିକ ପୂର୍ଣ୍ଣିମା । ଏ ନେଇ ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଅଧିକ ପଢନ୍ତୁ

ମହୋଦଧିରେ ଭାସିଲା ଡଙ୍ଗା, ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର

author img

By

Published : Nov 19, 2021, 8:31 AM IST

Updated : Nov 19, 2021, 11:06 AM IST

ପୁରୀ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣ ଉତ୍ସବ । ଓଡିଶାର ଧର୍ମୀୟ ଭାବନା ସହ ଜଡିତ କାର୍ତ୍ତିକ ପୂର୍ଣ୍ଣିମା । ଏ ନେଇ ଚଳ ଚଞ୍ଚଳ ହୋଇଛି ଗାଁଠୁ ସହର । ଏହି ଅବସରରେ ପୁରୀ ସମୁଦ୍ର କୂଳରେ ହବିଷ୍ୟାଳିମାନେ ବାଲୁକା ପୂଜା କରିଛନ୍ତି । ପବିତ୍ର ମହୋଦଧି ଜଳ ସିଞ୍ଚନ କରି ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରି କାର୍ତ୍ତିକ ବ୍ରତ ଶେଷ କରିଛନ୍ତି ।

ମହୋଦଧିରେ ଭାସିଲା ଡଙ୍ଗା, ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର

କାର୍ତ୍ତିକ ବ୍ରତ ପାଇଁ ଆଜି ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଡଙ୍ଗାରେ ପାନ ଗୁଆ ଚାଉଳ ଦୀପ ରଖି ଭସାଇଛନ୍ତି । ବିଶ୍ବାସ ରହିଛି ଏଥିପାଇଁ ପୁଣ୍ୟ ମିଳିଥାଏ। ସେପଟେ ଓଡିଶାର ପରମ୍ପରା ଅନୁଯାୟୀ ଆଜି ପୁରୀବାସୀମାନେ ମଧ୍ୟ କଦଳୀ ପାଟୁଆ , କାଗଜ ଡଙ୍ଗା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ସମୁଦ୍ରରେ ଭସାଇଛନ୍ତି। ଏହି ସମୟରେ ଉତ୍ସାହର ସହ 'ଆ କା ମା କୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର' ଗୀତ ଗାଇଥାନ୍ତି ।

ଅତୀତରେ ଓଡିଶାର ସାଧଵ ପୁଅମାନେ ଏହି ଦିନରେ ବ୍ୟବସାୟ ପାଇଁ ବିଦେଶକୁ ଯାଇଥିଲେ। ସେତେବେଳେ ସାଧଵ ପୁଅ ମାନଙ୍କୁ ବନ୍ଦାପନା କରି ବିଦାୟ ଦିଆଯାଏ । ସେହି ପରମ୍ପରା ସ୍ମୃତିରେ ଶ୍ରୀକ୍ଷେତ୍ର ବାସୀ ସମୁଦ୍ରରେ ବୋଇତ ଭସାଇ ଅତୀତର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ମନେପକାଇଛନ୍ତି। ଭୋରରୁ ଉଠି ଡଙ୍ଗା ଭସାଇ ଓଡ଼ିଆ ଘରର ପରମ୍ପରା ଉଜ୍ଜୀବିତ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

Last Updated : Nov 19, 2021, 11:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.