ETV Bharat / city

ଗାନ୍ଧିଜୀଙ୍କ ଉପରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗ, କଙ୍ଗନାକୁ ଓଡିଶାରେ ବିରୋଧ କରିବ କଂଗ୍ରେସ - Niranjan Pattnaik

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରେ ଅରୁଚିକର ମନ୍ତବ୍ୟ ପ୍ରସଙ୍ଗରେ କଙ୍ଗନାଙ୍କୁ କଡା ସମାଲୋଚନା କରିଛି କଂଗ୍ରେସ । କଙ୍ଗନାକୁ ଓଡିଶାରେ ବିରୋଧ କରାଯିବ ବୋଲି କଂଗ୍ରେସ କହିଛି । ଅଧିକ ପଢନ୍ତୁ...

କଂଗ୍ରେସ
କଂଗ୍ରେସ
author img

By

Published : Mar 13, 2021, 11:52 AM IST

ପୁରୀ: ମହାତ୍ମା ଗାନ୍ଧୀଙ୍କ ବିଷୟରେ ବିବାଦୀୟ ଟ୍ବିଟ କରି ଚର୍ଚ୍ଚାରେ ଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ବିଭିନ୍ନ ମହଲରେ କଡା ସମାଲୋଚନା କରାଯାଇଛି । ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ କଙ୍ଗନାଙ୍କୁ କଡା ସମାଲୋଚନା କରିଛନ୍ତି ।

କଂଗ୍ରେସ

ମହାତ୍ମା ଗାନ୍ଧୀଙ୍କ ଆଦର୍ଶ ସାରା ବିଶ୍ବବାସୀ ସ୍ବୀକାର କରିଥିବାବେଳେ କଙ୍ଗନା ଜଣେ ଭାରତୀୟ ହୋଇ ଗାନ୍ଧିଜୀଙ୍କ ତ୍ୟାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।

ସେହିପରି କଙ୍ଗନା କଡା ବିରୋଧ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । ଗାନ୍ଧିଜୀଙ୍କ ଅରୁଚିକର ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । କଙ୍ଗନା ଯଦି କ୍ଷମା ପ୍ରାର୍ଥନା ନ କରନ୍ତି ଆଗାମୀ ଦିନରେ ଓଡିଶାରେ କଙ୍ଗନାଙ୍କୁ ପ୍ରବେଶ କରାଇ ଦିଆଯିବ ନାହଁ ଏବଂ ଦୃଢ଼ ବିରୋଧ କରାଯିବ ବୋଲି ସୁରେଶ ରାଉତରାୟ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.