ETV Bharat / city

ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ବୈଠକ

ପୁରୀରେ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ବୈଠକ । ୱେଷ୍ଟମ୍ୟାନେଜମେଣ୍ଟ, ୱାଟର ସପ୍ଲାଏ, ସାନିଟେସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା । ଅଧିକ ପଢ଼ନ୍ତୁ...

author img

By

Published : Jan 18, 2020, 11:44 PM IST

parliamentary standing committee meeting, parliamentary standing committee, puri news, ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ବୈଠକ, ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି, ପୁରୀ ଖବର, ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟି
ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ବୈଠକ

ଭୁବନେଶ୍ବର: ଅର୍ବାନ ଡେଭେଲପମେଣ୍ଟର ଏକ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଙ୍ଗ କମିଟି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶନିବାର ସକାଳୁ କମିଟି ସଦଶ୍ୟ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଜଗଦମ୍ବିକା ପାଲଙ୍କ ନେତୃତ୍ବରେ ଆସିଥିବା ଟିମ ମଧ୍ୟରେ ଥିବା ପାଞ୍ଚଜଣ ସାଂସଦଙ୍କ ସହ ଅଫିସିଆଲ ମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି ।

ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ବୈଠକ

ମଧ୍ୟପ୍ରଦେଶର ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି। ତେବେ ଏହି ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ତିନିଦିନିଆ ଗସ୍ତରେ ଆସି ଶୁକ୍ରବାର ସନ୍ଧ୍ୟାରେ ପୁରୀରେ ପହଞ୍ଚି ଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶନିବାର ପୁରୀରେ ସଲିଡ ୱେଷ୍ଟମ୍ୟାନେଜମେଣ୍ଟ, ୱାଟର ସପ୍ଲାଏ, ସାନିଟେସନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ଉପରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି ।

ତେବେ ଭୁବନେଶ୍ବର ଭଳି ସ୍ମାର୍ଟ ସହରରେ ଡ୍ରେନଜ ବ୍ୟବସ୍ଥା ନେଇ ସରକାର କୌଣସି ଆକ୍ସନ ପ୍ଲାନ କରିନଥିବା ହେତୁ କମିଟି ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ। ତୁରନ୍ତ ଭୁବନେଶ୍ବରର ଡ୍ରେନଜ ବ୍ୟବସ୍ଥା ନେଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ସରକାରଙ୍କୁ କୁହାଯାଇଛି। ସେହିପରି ସ୍ବଚ୍ଛ ଭାରତ ମିଶନରେ ଓଡିଶାର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟ ଜନକ ରହିଥିବା ହେତୁ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ କମିଟି ପ୍ରସ୍ତାବ ଦେଇଛି ।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5ଲକ୍ଷ 2ହଜାର ହିତାଧିକାରୀଙ୍କ ଆବେଦନ ହୋଇ ଥିବା ବେଳେ ମାତ୍ର ଏକ ଲକ୍ଷ 15 ହଜାର ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିବା ପ୍ରସଙ୍ଗରେ ମଧ୍ୟ କମିଟି ଉଦବେଗ ପ୍ରକାଶ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:ସଂସଦୀୟ କମିଟି ଷ୍ଟାଣ୍ଡିଂ କମିଟି ବୈଠକBody:ଅର୍ବାନ ଡେଭେଲପମେଣ୍ଟର ଏକ ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳୁ କମିଟି ସଦଶ୍ୟ ମନ୍ଦିର ଯାଇ ଦର୍ଶନ କରିଛନ୍ତି । ଷ୍ଟାଣ୍ଡିଂ କମିଟି ଅଧ୍ଯକ୍ଷ ଜଗଦମ୍ବିକା ପାଲଙ୍କ ନେତୃତ୍ୱରେ ଆସିଥିବା ଟିମ୍ ମଧ୍ଯରେ ଥିବା ପାଞ୍ଚଜଣ ସାଂସଦଙ୍କ ସହ ଅଫିସିଆଲ ମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି। ଏଥିରେ ମଧ୍ଯପ୍ରଦେଶର ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିର୍ବାଦ ନେଇଛନ୍ତି। ତେବେ ଏହି ପାର୍ଲିଆମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ତିନିଦିନିଆ ଗସ୍ତରେ ଆସି ଗତକାଲି ସଂନ୍ଧ୍ଯାରେ ପୁରୀରେ ପହଞ୍ଚି ଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଆଜି ପୁରୀ ମେଫେୟାର ହୋଟେଲ ପରିସରରେ ସଲିଡ ୱଷ୍ଟମେନେଜମେଣ୍ଟ , ୱଟର ସପ୍ଲାଏ, ସାନିଟେସନ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାର କାର୍ଯ୍ଯାକାରିତା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ତେବେ ଭୁବନେଶ୍ୱର ଭଳି ସ୍ମାର୍ଟ ସହରରେ ଡ୍ରେନ ବ୍ୟବସ୍ଥା ନେଇ ସରକାର କୌଣସି ଆକ୍ସନ ପ୍ଲାନ କରିନଥିବା ହେତୁ କମିଟି ସଦସ୍ୟ ଉଦବେଗ ପ୍ରକାଶ କରିଥିଲେ। ତୁରନ୍ତ ଭୁବନେଶ୍ୱର ର ଡ୍ରେନଜ ବ୍ୟବସ୍ଥା ନେଇ ଏକ ଆକ୍ସନ ପ୍ଲାନ କରିବାକୁ ସରକାର ଙ୍କୁ କୁହାଯାଇଛି। ସେହିପରି ସ୍ୱଚ୍ଛ ଭାରତ ମିଶନ ରେ ଓଡିଶା ର ପ୍ରଦର୍ଶନ ଅତ୍ୟନ୍ତ ନୈରସ୍ୟ ଜନକ ରହି ଥିବା ହେତୁ ଏ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ କମିଟି ମଧ୍ୟ ରାଜ୍ୟ ସରକାର ଙ୍କୁ ପ୍ରସ୍ତାବ ଦେଇ ଚି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 5 ଲକ୍ଷ 2 ହଜାର ହିତାଧିକାରୀଙ୍କ ଆବେଦନ ହୋଇ ଥିବା ବେଳେ ମାତ୍ର ଏକ ଲକ୍ଷ 15 ହଜାର ଲୋକ ଙ୍କୁ ଆବାସ ଯୋଜନାରେ ଘର ମିଳିବା ପ୍ରସଙ୍ଗ ମଧ୍ୟ କମିଟି ଉଦବେଗ ପ୍ରକାଶ କରିଛି।

ବାଇଟ,, 1,, ଅପରାଜିତା ଷଡ଼ଙ୍ଗୀ ,, କମିଟି ସଦସ୍ୟ
ବାଇଟ,, 2,, ବଲବନ୍ତ ସିଂ ,, ପୁରୀ ଜିଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.