ETV Bharat / city

ଆଜି ପବିତ୍ର ଧନୁ ସଂକ୍ରାନ୍ତି: ଶ୍ରୀମନ୍ଦିରରେ ପହିଲି ଭୋଗ ଖାଇଲେ ମହାପ୍ରଭୁ - ଆଜି ଧନୁ ସଂକ୍ରାନ୍ତି

ଧନୁ ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି । ଏହା ଏକ ମାସ ଧରି ଅର୍ଥାତ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ । ଅଧିକ ପଢନ୍ତୁ...

Dhanu shankranti
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Dec 16, 2019, 9:24 AM IST

Updated : Dec 16, 2019, 10:51 AM IST

ପୁରୀ: ଆଜି ଧନୁ ସଂକ୍ରାନ୍ତି । ପୌଷ ମାସର ପ୍ରଥମ ଦିନକୁ ଧନୁ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ଏହି ଦିନ ସୂର୍ଯ୍ୟ ଧନୁ ରାଶିକୁ ଚଳନ କରିଥାନ୍ତି । ଏହି ଦିନ ଠାରୁ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତ୍ତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ ।

ଶ୍ରୀମନ୍ଦିରରେ ପହିଲି ଭୋଗ ଖାଇଲେ ମହାପ୍ରଭୁ

ଏହି ପହିଲି ଭୋଗରେ ୩୨ ପ୍ରକାରର ପିଠା ଓ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ପୁରାଣ କଥା ଅନୁଯାୟୀ ଧନୁ ସଂକ୍ରାନ୍ତି ଠାରୁ ମା’ ମହାଲକ୍ଷ୍ମୀ ଏକ ମାସ ପାଇଁ ବାପ ଘରକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା’ ଲକ୍ଷ୍ମୀଙ୍କ ଅନୁପସ୍ଥିତିରେ ପ୍ରାୟ ଏକ ମାସ ଧରି ମା’ ଯଶୋଦ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରିବେ ।

ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ପହିଲି ଭୋଗ ପ୍ରସ୍ତୁତ କରାଯିବ। ଏହି ପହିଲି ଭୋଗ ନୀତି ପାଇଁ ଶ୍ରୀମନ୍ଦିର ପକ୍ଷରୁ ସ୍ବତନ୍ତ୍ର ନୀତିକାନ୍ତି ବ୍ୟବସ୍ଥା କରାଯାଇଛି । ମା’ ଯଶୋଦାଙ୍କ ଦ୍ବାରା ପ୍ରସ୍ତୁତ ୩୨ ପ୍ରକାର ବ୍ୟଜ୍ଞନ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ ।

Dhanu shankranti
ଧନୁ ସଂକ୍ରାନ୍ତିର ପ୍ରସିଦ୍ଧ ଧନୁ ମୁଆଁ

ତେବେ ଧନୁ ସଂକ୍ରାନ୍ତିର ମୁଖ୍ୟ ଆକର୍ଷଣ ହେଉଛି ଧନୁ ମୁଆଁ । ଏହି ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ସମସ୍ତ ଦେବା ଦେବୀଙ୍କ ପାଖରେ ମୁଆଁ ଭୋଗ ଲାଗି ହୋଇଥାଏ । ପୌଷ ମାସର ପବିତ୍ରତା ଯୋଗୁଁ ପୁଷ୍ୟାଭିଷେକ ଅନୁଷ୍ଠିତ ହୁଏ । ପୁଷ ମାସରେ ଧାନ ଅମଳ ପରେ 'ଉଖୁଡା' ବା 'ମୁଆଁ'ର ପ୍ରସ୍ତୁତି ଓଡ଼ିଆ ଚଳଣୀର ଏକ ବିଶେଷତ୍ବ । ଏହି ମୁଆଁ ଉଖୁଡା, ନଡିଆ, ଗୁଡ ଅବା ଚିନି, ଘିଅ ଓ କାଜୁରେ ପ୍ରସ୍ତୁତି ହୋଇଥାଏ । ଓଡିଆ ଘରେ ଏହି ମୁଆଁର ଆଦର ବେଶ ଅଧିକ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

testing

Conclusion:
Last Updated : Dec 16, 2019, 10:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.