ETV Bharat / city

ଆଜି ରାଷ୍ଟ୍ରୀୟ ଯୁବ ଦିବସ, ବାଲୁକା କଳାରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳୀ

author img

By

Published : Jan 12, 2021, 8:06 AM IST

ଆଜି ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ । ଏହି ଅବସରରେ ବାଲୁକା କଳାରେ ଚିତ୍ର କରି ଯୁବବର୍ଗଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଅଧିକ ପଢନ୍ତୁ...

ରାଷ୍ଟ୍ରୀୟ ଯୁବ ଦିବସରେ ସୁଦର୍ଶନଙ୍କ ବାଲୁକା କଳା

ପୁରୀ: ଆଜି ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଯୁବ ଦିବସ । ଏହି ଅବସରରେ ବାଲୁକା କଳାରେ ଚିତ୍ର କରି ଯୁବବର୍ଗଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି ।

ପୁରୀ ବେଳାଭୂମିରେ ସୁଦର୍ଶନ ଏକ ସୁନ୍ଦର ବାଲୁକା କଳା ଗଢିଛନ୍ତି । ସେଥିରେ ସେ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି କରିଛନ୍ତି । ଏହା ସହ ସେ ଯୁବପୀଢିଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି । ନ୍ୟୁ ଇଣ୍ଡିଆକୁ ଆହ୍ବାନ କରୁଛି ଯୁବବର୍ଗ । ଏହା ସହ ଭାରତର ଯୁବବର୍ଗ ସ୍ବାମୀ ବିବେକାନନ୍ଦଙ୍କ ଜୀବନ ଶୈଳୀକୁ ଅନୁସରଣ କରିବାକୁ ସୁଦର୍ଶନ ତାଙ୍କ ବାଲୁକା ଚିତ୍ରରେ ବାର୍ତ୍ତା ଦେଇଛନ୍ତି ।

୧୮୬୩ ମସିହା ଜାନୁଆରୀ 12 ତାରିଖରେ ବିବେକାନନ୍ଦଙ୍କ ଜନ୍ମଗ୍ରହଣ ହୋଇଥିଲା । କୋଲକାତାର ସମିଲିପଲ୍ଲୀରେ ଜନ୍ମ ହୋଇଥିବା ବିବେକାନନ୍ଦ ବିଶ୍ବ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ ଭାବେ ପରିଚିତ । ସନତାନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରିବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ । ସ୍ବାମୀ ବିବେକାନନ୍ଦଙ୍କ ବିଚାର ସର୍ବଦା ପ୍ରେରଣାଯୋଗ୍ୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.