ପୁରୀ: ପୁରୀ କୋଭିଡ ହସ୍ପିଟାଲରେ ବିସ୍ଫୋରଣ ନେଇ ସାମ୍ନାକୁ ଆସୁଛି ଖବର । ହସ୍ପିଟାଲରେ ଅକ୍ସିଜେନ ସିଲିଣ୍ଡର ଫାଟିଥିବା ସୂଚନା ।
ଅକ୍ସିଜେନ ସିଲିଣ୍ଡର ଫାଟି ଜଣେ ଆହତ ହୋଇଥିବା ଜଣାପଡିଛି । ଆହତ ଜଣକ ସେହି ହସ୍ପିଟାଲରେ କାର୍ଯ୍ୟରତ ଜଣେ ନର୍ସ । ତେବେ ଅକ୍ସିଜେନ ସିଲିଣ୍ଡର କିଭଳି ଫାଟିଲା ତାହା ଜଣାପଡି ନ ଥିବାବେଳେ ଆହତ ନର୍ସଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।