ETV Bharat / city

ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ: ଆମାଜନକୁ ଲିଗାଲ ନୋଟିସ୍‌ - ଆମାଜନକୁ ଲିଗାଲ ନୋଟିସ

ଅନଲାଇନରେ ଆମାଜନ ନିର୍ମାଲ୍ୟ ବିକ୍ରି କରୁଥିବା ଦର୍ଶାଇ କମ୍ପାନୀକୁ ଲିଗାଲ ନୋଟିସ । ଅଧିକ ପଢନ୍ତୁ...

ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ
ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ
author img

By

Published : Dec 3, 2020, 9:13 AM IST

ପୁରୀ: ନିର୍ମାଲ୍ୟ ଓ ମହାପ୍ରସାଦର ଅନଲାଇନ ବିକ୍ରିକୁ ବିରୋଧ କରିଛି ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଂଘ । ସଙ୍ଘ ପକ୍ଷରୁ ଆଜି ଆମାଜନ ନାମରେ ଲିଗାଲ ନୋଟିସ୍ ଦିଆଯାଇଛି । ଆମାଜନ ସିଇଓ ଅମିତ ଅଗ୍ରୱାଲଙ୍କୁ ଏହି ଲିଗାଲ ନୋଟିସ ପଠାଯାଇଛି।

ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ
ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ

ନିର୍ମାଲ୍ୟ ମହାପ୍ରସାଦ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନଲାଇନରେ ବିକ୍ରି କରିବା ବେଆଇନ ବୋଲି ଏଥିରେ ଦର୍ଶାଯାଇଛି। ସେହିପରି ନିର୍ମାଲ୍ୟ କେବଳ ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ ହୋଇଥାଏ। ତେବେ ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଅନଲାଇନ ନିର୍ମାଲ୍ୟ ବିକ୍ରି ନାଁରେ ନକଲି ନିର୍ମାଲ୍ୟ ବିକ୍ରିର ଆଶଙ୍କା ରହିଛି। ଏଥି ସହିତ ଏହା କୌଣସି ରେସ୍ତୋଁରା ମେନୁ ନୁହେଁ ଯେ ଅନଲାଇନରେ ମଗାଇ ଖାଇବେ ବୋଲି ନୋଟିସରେ ଉଲ୍ଲେଖ ରହିଛି ।

ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ
ଅନଲାଇନରେ ନିର୍ମାଲ୍ୟ ବିକ୍ରି ପ୍ରସଙ୍ଗ

ଏହା ନିର୍ମାଲ୍ୟ ମହାପ୍ରସାଦ ଓ ଜଗନ୍ନାଥ ସଂସ୍କୃତି ପ୍ରତି ଅପମାନ । ଏଣୁ ତୁରନ୍ତ ଏହି ଲିଗାଲ ନୋଟିସର ଉତ୍ତର ଦେବା ସହ ଆମାଜନରୁ ନିର୍ମାଲ୍ୟ ବିକ୍ରି ନିଷିଦ୍ଧ କରାଯାଉ। ନ ହେଲେ ଆମାଜନ ବିରୋଧରେ ପୁରୀ ଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ ଆଇନ ଗତ କାର୍ଯ୍ୟନୁଷ୍ଠାନ ନେବ ବୋଲି କୁହାଯାଇଛି। ସଙ୍ଗଠନର ଆବାହକ ଅନିଲ କୁମାର ସାହୁ ଏହି ଆଇନଗତ ନୋଟିସ ଦେଇଛନ୍ତି ।

ସୂଚନା ଥାଉକି, ଏହି ପ୍ରସଙ୍ଗରେ ପୂର୍ବରୁ ସିଂହଦ୍ବାର ଥାନାରେ ସେବାୟତ ସମ୍ବୁନାଥ ଖୁଣ୍ଟିଆ ଏତଲା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.