ETV Bharat / city

ସରିଲା ଘୋଷଯାତ୍ରା, ନିଳକନ୍ଦରକୁ ବିଜେ କଲେ ନୀଳାଦ୍ରି ନାଥ - ସରିଲା ଘୋଷଯାତ୍ରା

କୋରୋନା କଟକଣା ମଧ୍ୟରେ ସୁରୁଖୁରରୁରେ ଶେଷ ହୋଇଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ରବିବାର ମହାପ୍ରଭୁଙ୍କ ନୀଳାଚଳ ଅବଢା ଉପଲବ୍ଧ ହେବ । ଅଧିକ ପଢନ୍ତୁ...

ସରିଲା ଘୋଷଯାତ୍ରା, ନିଳକନ୍ଦରକୁ ବିଜେ କଲେ ନୀଳାଦ୍ରି ନାଥ

author img

By

Published : Jul 4, 2020, 10:46 PM IST

Updated : Jul 4, 2020, 11:02 PM IST

ପୁରୀ: କୋରୋନା କଟକଣା ମଧ୍ୟରେ ସୁରୁଖୁରରୁରେ ଶେଷ ହୋଇଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ସବୁ କିଛି ନିର୍ଦ୍ଧାରିତ ସମୟରେ ସରିଛି । ମହାମାରୀର ସଂକ୍ରମଣ ମଧ୍ୟରେ ରଥଯାତ୍ରା ଆୟୋଜନ ଏକ ପ୍ରକାରର ଚ୍ୟାଲେଞ୍ଜ ଥିଲା । କୋଭିଡ କଟକଣା ଭିତରେ ଏଥର ବିନା ଭକ୍ତରେ ଶେଷ ହେଲା ରଥଯାତ୍ରା ।

ସରିଲା ଘୋଷଯାତ୍ରା, ନିଳକନ୍ଦରକୁ ବିଜେ କଲେ ନିଳାଦ୍ରୀ ନାଥ

ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ କାର୍ଫ୍ୟୁ ଲଗାଯାଇ ରଥଯାତ୍ରା, ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଛି । ତେବେ ଏହି ସମ୍ପୂର୍ଣ୍ଣ ଯାତ୍ରା ପରିଚଳନା ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ସମେତ 400 ପୋଲିସ ଅଫିସର ନିୟୋଜିତ ହୋଇଥିଲେ । ତେବେ ରବିବାର ମହାପ୍ରଭୁଙ୍କ ନୀଳାଚଳ ଅବଢା ଉପଲବ୍ଧ ହେବ ।କାଲିଠୁ ଆରମ୍ଭ ହେବ ଶ୍ରୀଜିଉଙ୍କ ସାଧାରଣ ଦୈନନ୍ଦିନ ନୀତି ।

ସେପଟେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ ପୂର୍ବ ଭଲି କଟକଣା ଲାଗୁ ରହିଛି । ଏଥର ରଥଯାତ୍ରା ଆୟୋଜନ ପାଇଁ ନିୟୋଜିତ ସମସ୍ତ ସେବାୟତ, ପୋଲିସ କର୍ମଚାରୀ ଓ ପ୍ରଶାସନିକ କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । ଯେଉଁମାନଙ୍କର ନମୁନା ନେଗେଟିଭ ଥିଲା, ସେମାନଙ୍କୁ ନେଇ ଘୋଷଯାତ୍ରା ସମ୍ପନ୍ନ କରାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 4, 2020, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.