ETV Bharat / city

ନୀଳାଚଳେ ଜଗନ୍ନାଥ: ଆଡପ ଅବଢ଼ା ପାଇବାକୁ ଭକ୍ତ ମନ ଛଟପଟ

author img

By

Published : Jun 25, 2020, 6:03 AM IST

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ୟେଉଁ ଅନ୍ନରନ୍ଧା ହୋଇ ଠାକୁରମାନଙ୍କୁ ଭୋଗ ଲାଗିହୁଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୋଗ କରାଯାଉଥିବା ଅବଢାକୁ ଆଡପ ଅବଢା କୁହାଯାଏ ।

nilachale-jagannath-story-about-adapa-mandap-abhada
ନୀଳାଚଳେ ଜଗନ୍ନାଥ: ଆଡପ ଅବଢ଼ା ପାଇବାକୁ ଭକ୍ତ ମନ ଛଟପଟ

ପୁରୀ: ଶ୍ରୀକ୍ଷେତ୍ରର ଗୁଣ୍ଡିଚା ମନ୍ଦିରରେ ଆଡମ୍ବରପୂର୍ଣ୍ଣ ମଣ୍ଡପ । ଏହାକୁ ଯଜ୍ଞବେଦୀ ବା ଜନ୍ମବେଦୀ ବୋଲି କୁହାଯାଏ, ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଛ ମହାପ୍ରଭୁ ରଥରୁ ଓହ୍ଲାଇ ଗୁଣ୍ଡିଚା ମନ୍ଦିରରେ ଯେଉଁ ମଣ୍ଡପରେ ବିଜେ କରନ୍ତି । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିରରେ ୟେଉଁ ଅନ୍ନରନ୍ଧା ହୋଇ ଠାକୁରମାନଙ୍କୁ ଭୋଗ ଲାଗିହୁଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଭୋଗ କରାଯାଉଥିବା ଅବଢାକୁ ଆଡପ ଅବଢା କୁହାଯାଏ ।

ଶ୍ରୀମନ୍ଦିରରେ ମହାପ୍ରସାଦ ଭଳି ଏଠି ମଧ୍ୟ ଅବଢ଼ା ବଡ଼ ଅନନ୍ଦରେ ଭକ୍ତ ମାନେ ପ୍ରସାଦ ଭାବେ ସେବନ କରିଥାନ୍ତି । ସେହିପରି ଏହି ଆଡ଼ପ ଅବଢ଼ାକୁ ବ୍ରହ୍ମଣମାନଙ୍କୁ ଭୋଜନ ପାଇଁ ଦିଆଯାଏ । ଏହା ଦ୍ବାରା ପିତୃ ପୁରୁଷ ମାନେ ପରମ ତୃପ୍ତି ଲାଭ ସହ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଦର୍ଶନାର୍ଥୀ ତଥା ଭକ୍ତ ସେଠାରେ ସମବେତ ହେବାପୂର୍ବରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ କରି ବ୍ରତ ରଖିଥାନ୍ତି । ଶ୍ରୀମନ୍ଦିର ମା' ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କୁ ପତ୍ନୀ କର୍ତ୍ତବ୍ୟ ଭାବେ ରୋଷେଇ କରି ମହାପ୍ରସାଦ ଦିଆନ୍ତି । କିନ୍ତୁ ଗୁଣ୍ଡିଚା ମନ୍ଦିରରେ ରାଣୀ ଗୁଣ୍ଡିଚା ମା' ରୂପେ ମହାପ୍ରଭୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି ବୋଲି କୁହାଯାଏ। ମା' ହାତର ରନ୍ଧା ଖାଦ୍ୟ ଖାଇ ମହାପ୍ରଭୁ ପରମ ତୃପ୍ତି ପାଇଥାନ୍ତି । ଏଣୁ ଭକ୍ତ ମାନେ ଆନନ୍ଦ ମନରେ ଆଡ଼ପ ଅବଢ଼ା ସେବନ କରନ୍ତି ।

ଏହାସହ ଅବଢା ଖୁଆଖୁଇ ହୋଇ ବଉଳ, ମକର ସଙ୍ଗାତ ବସିବା ବଳି ଅବଢା ବସିବା ପ୍ରସଙ୍ଗ ମଧ୍ୟ ରହିଛି । ଆଡପ ଅବଢା ରନ୍ଧନ ପାଇଁ ସ୍ବତନ୍ତ୍ର ରୋଷଶାଳା ମଧ୍ୟ ଗୁଣ୍ଡିଚା ଘରେ ରହିଛି । ଶ୍ରୀମନ୍ଦିରରେ ମହାପ୍ରସାଦ ରନ୍ଧନ ପାଇଁ ଯେଉଁଭଳି ଭାବରେ ଗଙ୍ଗା, ଯମୁନା କୂପ ରହିଛି ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରରେ ମଧ୍ୟ କୂପ ଜଳରେ ଆଡପ ଅବଢା ରନ୍ଧନ ହୋଇଥାଏ । ଫଳରେ ଏହାର ସ୍ବାଦ ଅପୂର୍ବ, ଓ ଦିବ୍ୟ ହୋଇଥାଏ ।

ଗୁଣ୍ଡିଚା ଘରେ ସନ୍ଧ୍ୟା ଦର୍ଶନରେ ମହାପୂଣ୍ୟ ହୋଇଥାଏ ବୋଲି ପୁରାଣ ଓ ଶାସ୍ତ୍ରରେ ବର୍ଣ୍ଣନା ରହିଅଛି । ବିଭିନ୍ନ ଶାସ୍ତ୍ରାନୁଯାୟୀ ନବମୀ ଦିନ ମହାବେଦୀ ବା ଆଡ଼ପ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ସନ୍ଧ୍ୟା ଦର୍ଶନ ଅତ୍ୟନ୍ତ ପୁଣ୍ୟ ଦାୟକ ଅଟେ । ନୀଳାଦ୍ରି ମହୋଦୟରେ ବର୍ଣ୍ଣିତ ହୋଇଛି ଯେ, ନୀଳାଚଳରେ ଦଶବର୍ଷ ପର୍ଯ୍ୟନ୍ତ ଭକ୍ତ ଶ୍ରୀବିଗ୍ରହ ମାନଙ୍କର ଦର୍ଶନରେ ଯେଉଁଫଳ ପାଏ, ସେହି ଫଳ ମହାବେଦୀ ବା ଆଡ଼ପ ମଣ୍ଡପରେ ଗୋଟିଏ ଦିନର ଦର୍ଶନରେ ମିଳେ ।

ସେହିପରି ଜନସାଧାରଣରେ ବହୁଳ ପ୍ରଚାରିତ 'ନୀଳାଦ୍ରୌ ଶତବର୍ଷାଣି ଆଡ଼ପ ମଣ୍ଡପେ ଦିନେ' ଉକ୍ତିକୁ ସ୍ମରଣ କରି ସନ୍ଧ୍ୟା ଦର୍ଶନ ଦିନ ଭକ୍ତମାନଙ୍କର ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କୁ ଦର୍ଶନ, ଦୀପ ପ୍ରଜ୍ଜ୍ବଳନ, ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ସେବନରେ ଆପ୍ୟାୟିତ କରିଥିବା ଜଣାଯାଏ । ଶ୍ରୀଗୁଣ୍ଡିଚା ମନ୍ଦିରରେ ବାହୁଡ଼ା ପୂର୍ବଦିନର ସନ୍ଧ୍ୟା ଦର୍ଶନ ବହୁ ପୁରାତନ ସମୟରୁ ପ୍ରଚଳିତ ହୋଇଆସୁଛି । ଉକ୍ତ ନବମୀ ତିଥିରେ ଶ୍ରୀବଗ୍ରହମାନଙ୍କର ଅନ୍ତିମ ଦର୍ଶନ ସନ୍ଧ୍ୟା ଦର୍ଶନ ରୂପେ ପାଳିତ ହେଉଅଛି ।

ଶ୍ରୀମନ୍ଦିରରେ ମହାପ୍ରସାଦ ଭଳି ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ସେବନ କରି ଭକ୍ତ ଗଦ୍‌ ଗଦ୍‌ କଣ୍ଠରେ ହର୍ଷଉଲ୍ଲସିତ ହୋଇ ଜଗନ୍ନାଥ, ଜଗନ୍ନାଥ ନାମ କୀର୍ତ୍ତନ କରିଥାଏ ।

ପୁରୀରୁ ଶକ୍ତିପ୍ରସାଦଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.