ETV Bharat / city

ନୀଳାଚଳେ ଜଗନ୍ନାଥ: ବାଟରେ ରହି ବାଟ ମଙ୍ଗଳା, ବ୍ରହ୍ମାଙ୍କୁ ଦେଖାଇଥିଲେ ଶ୍ରୀକ୍ଷେତ୍ର ରାସ୍ତା

ବିଶ୍ବାସ ରହିଛି ମା' ବାଟ ମଙ୍ଗଳାଙ୍କ ଆଶୀର୍ବାଦ ନେଇ ଗଲେ ଶ୍ରୀକ୍ଷେତ୍ର ଯାତ୍ରା ସଫଳ ହୁଏ । ମା' ବାଟ ମଙ୍ଗଳା ପୀଠ ସମ୍ପର୍କରେ ରହିଛି ଏକ କିମ୍ବଦନ୍ତୀ । ଅଧିକ ପଢନ୍ତୁ...

author img

By

Published : Jun 29, 2020, 7:04 AM IST

Updated : Jun 29, 2020, 11:42 AM IST

ନୀଳାଚଳେ ଜଗନ୍ନାଥ: ବାଟରେ ରହି ବାଟ ମଙ୍ଗଳା; ବ୍ରାହ୍ମାଙ୍କୁ ବତାଇଥିଲେ ଶ୍ରୀକ୍ଷେତ୍ର ରାସ୍ତା

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ପ୍ରବେଶ ପୂର୍ବରୁ ପଡେ ମା' ବାଟ ମଙ୍ଗଳାଙ୍କ ମନ୍ଦିର । ପ୍ରତ୍ୟେକ ଶ୍ରଦ୍ଧାଳୁ ଅତି ଶ୍ରଦ୍ଧାର ସହ ମା' ବାଟ ମଙ୍ଗଳାଙ୍କୁ ପ୍ରଣାମ ଜଣାଇ ଶ୍ରୀକ୍ଷେତ୍ର ପୁରୀକୁ ପ୍ରବେଶ କରିଥାନ୍ତି । ବିଶ୍ବାସ ରହିଛି ମା' ବାଟ ମଙ୍ଗଳାଙ୍କ ଆଶୀର୍ବାଦ ନେଇ ଗଲେ ଶ୍ରୀକ୍ଷେତ୍ର ଯାତ୍ରା ସଫଳ ହୁଏ । ରାସ୍ତାରେ ଯାତ୍ରା ସମୟରେ କୌଣସି ବିଘ୍ନ ହୁଏ ନାହିଁ । ତେବେ ଏହି ମା' ବାଟ ମଙ୍ଗଳା ପୀଠ ସଂପର୍କରେ ଏକ କିମ୍ବଦନ୍ତୀ ରହିଛି ।

ବାଟରେ ରହି ବାଟ ମଙ୍ଗଳା, ବ୍ରହ୍ମାଙ୍କୁ ଦେଖାଇଥିଲେ ଶ୍ରୀକ୍ଷେତ୍ର ରାସ୍ତା

ଶ୍ରୀମନ୍ଦିର ପ୍ରତିଷ୍ଠା ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ସ୍ବର୍ଗ ଲୋକକୁ ଯାଇ ବ୍ରହ୍ମାଙ୍କୁ ଆଣିବାକୁ ଯାଇଥିଲେ । ତେବେ ଯେତେବେଳେ ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ର ଉପକଣ୍ଠରେ ପହଞ୍ଚିଥିଲେ ସତେବେଳେ ଶ୍ରୀକ୍ଷେତ୍ରର ଅନେକ ଭୌଗଳିକ ସ୍ଥିତି ବଦଳି ଯାଇ ଥିଲା । ଶ୍ରୀମନ୍ଦିରକୁ ରାସ୍ତା ଜାଣି ପାରି ନଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ସେଠି ଏକ ବଟ ବୃକ୍ଷ ମୁଳରେ ମା ମଙ୍ଗଳା ବାସ କରୁଥିଲେ । ସେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶ୍ରୀକ୍ଷେତ୍ରକୁ ରାସ୍ତା ଦେଖେଇ ଥିଲେ । ମା' ମଙ୍ଗଳା ଶ୍ରୀକ୍ଷେତ୍ରକୁ ମାର୍ଗଦର୍ଶନ କରାଇ ଥିବା ହେତୁ ମା ମଙ୍ଗଳାଙ୍କୁ ବାଟ ମଙ୍ଗଳା ନାମରେ ନାମିତ ହୋଇ ଥିବା ଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି ।

କେବଳ ସେତିକି ନୁହେଁ ମହାପ୍ରଭୁଙ୍କ ନବ କଳେବର ସମୟ ଶ୍ରୀକ୍ଷେତ୍ରକୁ ଦାରୁ ଶଗଡ଼ିରେ ଆସୁଥିବା ବେଳେ ମା ବାଟ ମଙ୍ଗଳାଙ୍କ ନିକଟରେ ରଖାଯାଏ ପୂଜାର୍ଚ୍ଚନା କରାଯାଏ । ଦଶହରା , ଚୈତ୍ର ମାସ ମଙ୍ଗଳବାରରେ ବେଶ ଆଡ଼ମ୍ବରରେ ମା' ଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏତିକି ବେଳେ ହଜାର ହଜାର ଭକ୍ତ ମା' ଙ୍କ ଦର୍ଶନ ପାଇଁ ଆସନ୍ତି ।

ସେହିପରି ମା' ବାଟ ମଙ୍ଗଳାଙ୍କ ପାଖରେ ନଡ଼ିଆ ବସାଇ ମାନସିକ ରଖିଲେ ମନୋସ୍କାମନା ପୂର୍ଣ ହୁଏ ବୋଲି କୁହାଯାଏ । ସେହିପରି ଯେଉଁ ଛୋଟ ପିଲାଙ୍କ ପାଟି ଠିକ୍‌ରେ ଫିଟି ନଥାଏ ମା'ଙ୍କ ନିକଟରେ ପୂଜା କଲେ ଅନୁକୁଳ ଫଳ ମିକିଥାଏ ।

ପ୍ରତିଦିନ ଭୋର 4 ଟା 30 ରୁ ଦ୍ବାର ଫିଟା ସହ ମାଜଣା , ମହାସ୍ନାନ , ମଙ୍ଗଳ ଆଳତି , ବାଳ ଭୋଗ , ଚାନ୍ଦନ ଲାଗି ବେଶ , ଦ୍ବି-ପ୍ରହର ଧୂପ ରେ ଅନ୍ନ ଡାଲମା ଭୋଗ , ସହ ସନ୍ଧ୍ୟା ଆଳତି ପ୍ରତିଦିନ ଅନୁଷ୍ଠିତ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମଶ୍ର, ଇଟିଭି ଭାରତ

Last Updated : Jun 29, 2020, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.