ETV Bharat / city

ନୀଳାଚଳେ ଜଗନ୍ନାଥ: ଡାହୁକ ଡାକିଲେ ବଡଦାଣ୍ଡେ ମାଡିଚାଲେ ରଥ - ଡାହୁକ ଡାକ

ରଥର ଚଳନ୍ତି ସାରଥି ହେଉଛନ୍ତି ରଥ ବାହୁକ ବା ଡାହୁକ । ରଥ ଚାଲିବା ପୂର୍ବରୁ ରଥ ଉପରେ ବେତ ହଲାଇ ଚିତାକର୍ଷକ ଗୀତ ଗାଇଥାନ୍ତି । ସେହି ଗୀତଶୁଣି ଅଗଣିତ ଜନସମୁଦ୍ରମନରେ ଅପୂର୍ବ ଶିହରଣ ଖେଳିଯାଏ । ଗୀତ ବୋଲା ସରିଲେ ଭେରୀ, ତୁରୀ, କାହାଳୀ, ଘଣ୍ଟ ମର୍ଦ୍ଦଳ, ଖୋଳ, କରତାଳ ଝାଞ୍ଜ, ମୃଦଙ୍ଗ ହରିବୋଲ, ହୁଳହୁଳିରେ ଘର୍ଘର ନାଦ କରି ରଥ ଗଡେ, ଉତ୍କଳୀୟ ମଉଡମଣିଙ୍କ ରଥ ତ୍ରୟକୁ ଆନନ୍ଦମନରେ ରଥ ଟାଣି ନିଅନ୍ତି ଅଗଣିତ ଭକ୍ତଗଣ ।

ଡାହୁକ ଡାକିଲେ ବଡଦାଣ୍ଡେ ଗଡେ ରଥ
ଡାହୁକ ଡାକିଲେ ବଡଦାଣ୍ଡେ ଗଡେ ରଥ
author img

By

Published : Jun 22, 2020, 6:03 AM IST

ପୁରୀ: ହୋ ଭଗତେ ହୋ..ଡାହୁକ ଗାଉଛି ଗୀତ,ବଡଦାଣ୍ଡେ ଗଡେ କାଳିଆ ରଥ, ଚାଲ ଦେଖିଯିବା ସହି ସଙ୍ଗାତ...ଡାହୁକ ଡାକିଲେ ରଥ ଗଡେ । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରଥଟଣାରେ ଡାହୁକ ଡାକ ଆବାହମାନ କାଳରୁ ଚଳିଆସୁଅଛି । ପୂର୍ବେ ରଥ ଉପରେ ଶୃଙ୍ଗାର ରସ ସିକ୍ତ ତଥା, କାମକଳା ରହସ୍ୟ ଛନ୍ଦ ଯୁକ୍ତ ଗୀତ ବୋଲାଯାଉଥିଲା । ମାତ୍ର ଏବେ ରଥ ଟଣା ସମୟରେ ଡାହୁକ ବୋଲି ରହିଛି ହେଲେ ଭାଷାରେ ଆସିଛି ପରିବର୍ତ୍ତନ । ଗୀତ ଛନ୍ଦରେ, ଭାବଉଦ୍ଦୀପକ ବୋଲିରେ ରଥ ଚାଳନା କରିଥାନ୍ତି ଡାହୁକ ସେବକ ।

ନୀଳାଚଳେ ଜଗନ୍ନାଥ: ଡାହୁକ ଡାକିଲେ ବଡଦାଣ୍ଡେ ମାଡିଚାଲେ ରଥ

ରଥର ଚଳନ୍ତି ସାରଥି ହେଉଛନ୍ତି ରଥ ବାହୁକ ବା ଡାହୁକ । ରଥ ଚାଲିବା ପୂର୍ବରୁ ରଥ ଉପରେ ବେତ ହଲାଇ ଚିତାକର୍ଷକ ଗୀତ ଗାଇଥାନ୍ତି । ସେହି ଗୀତଶୁଣି ଅଗଣିତ ଜନସମୁଦ୍ରମନରେ ଅପୂର୍ବ ଶିହରଣ ଖେଳିଯାଏ । ଗୀତ ବୋଲା ସରିଲେ ଭେରୀ, ତୁରୀ, କାହାଳୀ, ଘଣ୍ଟ ମର୍ଦ୍ଦଳ, ଖୋଳ, କରତାଳ ଝାଞ୍ଜ, ମୃଦଙ୍ଗ ହରିବୋଲ, ହୁଳହୁଳିରେ ଘର୍ଘର ନାଦ କରି ରଥ ଗଡେ, ଉତ୍କଳୀୟ ମଉଡମଣିଙ୍କ ରଥ ତ୍ରୟକୁ ଆନନ୍ଦମନରେ ରଥ ଟାଣି ନିଅନ୍ତି ଅଗଣିତ ଭକ୍ତଗଣ ।

ନେତ୍ରୋତ୍ସବ ଦିନ ମହାଖଳାଠାରୁ ସିଂହଦ୍ବାରକୁ ରଥ ଆଣିଲା ବେଳେ ଶ୍ରୀଗୁଣ୍ଡିଚା, ବାହୁଡା ବେଳେ ରଥଟଣାରେ ଓ ରଥ ଦକ୍ଷିଣମୋଡରେ ଏହି ସେବକମାନେ ଗୀତ ଗାଇଥାନ୍ତି । ଭକ୍ତଙ୍କ ଚିତ୍ତାକର୍ଷଣ କରିଥାନ୍ତି । ଶ୍ରୀମନ୍ଦିର ସ୍ୱତ୍ଵଲିପିର କ୍ରମ-୧୦୪ରେ ସ୍ଥାନିତ 'ରଥ ଡାହୁକ' ରଥଯାତ୍ରାର ଏକ ଗୁରୁତ୍ଵପୂର୍ଣ୍ଣ ସେବା । ଏମାନେ ଶାଢିବନ୍ଧା ସେବକ ନୁହଁନ୍ତି । ସେବା ପୁରୁଷାନୁକ୍ରମିକ । ଏହି ସେବା ନିମନ୍ତେ ମହାରାଜାଙ୍କ ଠାରୁ ପାଇଛନ୍ତି ଜାଗିରି ।

ଉଲ୍ଲେଖନୀୟ ଯେ ଡାହୁକ ସେବକଙ୍କର ଏହି ଗୀତକୁ ନେଇ ତର୍କ ବିତର୍କ ଦୀର୍ଘକାଳ ଧରି ରହିଆସିଥିଲା। ଏହାର ଅଶ୍ଳୀଳତା ନେଇ ବିବାଦ ଉଠୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ଏହାର ପରିବର୍ତ୍ତନ ହୋଇଥିବା ଜଣାଯାଏ ।

ଘୋଷଯାତ୍ରରେ ମହାପ୍ରଭୁଙ୍କ ସେବା ପାଇଁ ଡାହୁକ ସେବକ ଅଙ୍ଗୀକାରବଦ୍ଧ । ଡାହୁକ ଡାକରେ ରଥଦାଣ୍ଡରେ ସୃଷ୍ଟି ହୁଏ ଆଧ୍ୟାତ୍ମିକ ବାତାବାରଣ ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.